ଝିଅମାନେ ସାଧାରଣତଃ ନିଜ କେଶକୁ ନୂଆ ଲୁକ ଦେବାକୁ ଅନେକ ଗ୍ୟାଜେଟ୍ ବ୍ୟବହାର କରନ୍ତି । ଏଥିରେ ଅନେକ କେମିକାଲ ସାମଗ୍ରୀ ସହିତ ଷ୍ଟ୍ରେଟନିଂ ମେସିନ ଓ ଡ୍ରାୟର ସାମିଲ ରହୁଛି । ଯେଉଁଗୁଡିକ ଉତ୍ତାପ ବା ହିଟ୍କୁ ବ୍ୟବହାର କରି କେଶକୁ ଷ୍ଟାଇଲ କରିଥାଏ । ହେଲେ ବର୍ତ୍ତମାନ ଏକ ତଥ୍ୟ ଅନୁସାରେ ଏହି ମେସିନ ଗୁଡିକ ବାୟୁ ପ୍ରଦୂଷଣର କାରଣ ହୋଇଥାଏ । ଏଗୁଡିକ ଚାଲିବା ସମୟରେ ଶତାଧିକ ନାନୋପାର୍ଟିକିଲ ବା ଛୋଟଛୋଟ କଣିକା ରିଲିଜ୍ କରିଥାଏ । ଏଗୁଡିକଙ୍କର ଆକାର ୫୦୦ ନାନୋ ମିଟର ହୋଇଥାଏ । ଏହି ଅଣୁଗୁଡିକ ବାୟୁରେ ମିଶି ଯଦି ଆମ ଶରୀରକୁ ଯାଏ ତେବେ ବିଭିନ୍ନ ରୋଗର କାରଣ ସାଜିପାରେ ବୋଲି ଏହି ଗବେଷଣାରେ ଜଣା ପଡିଛି । ତେଣୁ ଆମର ପ୍ରତିଦିନ ହେୟାର ଷ୍ଟାଇଲିଂ ରୁଟିନ୍ କାରଣରୁ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି । ସେହିଭଳି ଏଗୁଡିକ ବନ୍ଦ ଘରେ ହେଉଥିବାରୁ ଏହାଦ୍ୱାରା ଆମର ଘରର ବାୟୁ ବିଶେଷଭାବେ ପ୍ରଦୂଷିତ ହେଉଥିବାନେଇ ଏଥିରେ ପ୍ରକାଶ କରାଯାଇଛି । ଏହି ରିପୋର୍ଟଟି ଏନ୍ଭାରିଆମେଣ୍ଟାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ସ୍ଥାନ ପାଇଛି ।
