କିଡ୍‌ନି ପ୍ରତିରୋପଣ ରୢାକେଟକୁ ଧରିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦେଶର ୫ ରାଜ୍ୟର ୧୧ଟି ଘରୋଇ ହସ୍ପିଟାଲରେ ବ୍ୟାପକ ଚଢ଼ଉ କରି ଦିଲ୍ଲୀ ପୁଲିସ ଏକ କିଡ୍‌ନି ପ୍ରତିରୋପଣ ରୢାକେଟ୍‌ର ପର୍ଦ୍ଦାଫାସ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟ୍ୟାଙ୍ଗ୍ ୩୪ଟି ବେଆଇନ କିଡ୍‌ନି ପ୍ରତିରୋପଣ କରିଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ଯେ ଏହି ଏହି ଗ୍ୟାଙ୍ଗ୍ ୩ ବର୍ଷ ଧରି ସକ୍ରିୟ ରହିଛି। କ୍ରାଇମବ୍ରାଞ୍ଚର ଡେପୁଟି କମିସନର ଅମିତ ଗୋୟଲ ମୁଖ୍ୟ ଅଭିଯୁକ୍ତର ନାମ ସନ୍ଦୀପ ଆର୍ଯ୍ୟ ବୋଲି ଚିହ୍ନଟ କରିଛନ୍ତି। ସେ ଫରିଦାବାଦ, ଦିଲ୍ଲୀ, ଗୁରୁଗ୍ରାମ, ଇନ୍ଦୋର ଓ ବଡ଼ୋଦରାର ବିଭିନ୍ନ ଡାକ୍ତରଖାନାରେ ପ୍ରତିରୋପଣ ସଂଯୋଜକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଜୁନ୍ ୨୮ରେ ଗୋଆର ଏକ ପଞ୍ଚତାରକା ହୋଟେଲରେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ଏକ ମର୍ସିଡିଜ୍ କାର୍ ମଧ୍ୟ ଜବତ କରାଯାଇଛି। ଦିଲ୍ଲୀ-ଏନ୍‌ସିଆର, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଗୁଜରାଟରେ ଏହି ରୢାକେଟ୍ ସକ୍ରିୟ ଥିଲା। ଗତ ଜୁନ୍ ଓ ଜୁଲାଇ ମାସରେ ଦିଲ୍ଲୀ ପୁଲିସ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ କିଡ୍‌ନି ରୢାକେଟ୍‌ ଚଳାଉଥିବା ଜଣେ ୫୫ ବର୍ଷୀୟ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା।

Govt

Comments are closed.