କିଙ୍ଗ୍ କୋବ୍ରାକୁ ସବୁଠୁ ଅଧିକ ବିଷଧର ବୋଲି କୁହାଯାଏ । ହେଲେ ଏମିତି ଏକ ଜୀବ ଅଛି, ଯାହାକୁ କିଙ୍ଗ୍ କୋବ୍ରାଠାରୁ ବି ଅଧିକ ମାରାତ୍ମକ ବୋଲି ମନେ କରାଯାଏ । ଏହି ଜୀବର ନାଁ ହେଉଛି ଜୋଗ୍ରାଫୀ କୋନ୍ ସ୍ନେଲ୍ । ଏହି ଗେଣ୍ଡା କିଙ୍ଗ୍ କୋବ୍ରାଠୁ ବି ଅଧିକ ମାରାତ୍ମକ । ଯଦି ଥରେ ଏହି ଗେଣ୍ଡା କାମୁଡ଼ିଦେଲା ତେବେ କ୍ଷଣକ ମଧ୍ୟରେ ମୃତ୍ୟୁ ହେବାର ସମ୍ଭାବନା ବଢ଼ିଯାଏ । ଏହି ଜୀବର ବିଷ କାଟିବା ଲାଗି ବର୍ତ୍ତମାନ ସୁଦ୍ଧା ବି କୌଣସି ନିଷ୍କର୍ଷ ବାହାର କରାଯାଇନାହିଁ । ଏହା ହେଉଛି ଏକ ସାମୁଦ୍ରିକ ଜୀବ, ଯାହା ଇଣ୍ଡୋ-ପାସିଫିକ୍ ପାହାଡ଼ରେ ରୁହେ ଏବଂ ଛୋଟ ମାଛକୁ ଶିକାର କରିଥାଏ । ଏହି ଗେଣ୍ଡା କାରଣରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ଜଣ ସ୍କୁବା ଡାଇଭର୍ଙ୍କ ମୃତ୍ୟୁ ହୋଇସାରିଛି । ଏହି ଗେଣ୍ଡା କାମୁଡ଼ିବା ପରେ ଯଦି ସଠିକ୍ ସମୟ ମଧ୍ୟରେ ହସ୍ପିଟାଲ ନିଆଯାଏ ନାହିଁ, ତେବେ ୬୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କୁହନ୍ତି ।

Comments are closed.