ପ୍ଲାଷ୍ଟିକ୍କୁ ନେଇ ଅନେକ ସମୟରେ ଗବେଷଣା ଜାରି ରହିଥାଏ । ବର୍ତ୍ତମାନ ବିଶେଷଭାବେ ମାଇକ୍ରୋପ୍ଲାଷ୍ଟିକ୍କୁ ନେଇ ଗବେଷଣା ଜାରି ରହିଛି । ଗବେଷଣା ଅନୁଯାୟୀ କାଚ ବୋତଲରେ ବି ମାଇକ୍ରୋପ୍ଲାଷ୍ଟିକ ରହିଛି । ଫ୍ରାନ୍ସର ଫୁଡ୍ ସେଫଫି ଏଜେନ୍ସି ଅନୁସାରେ ବିଭିନ୍ନ ଥଣ୍ଡା ପାନୀୟ ଯେଉଁଗୁଡିକ କାଚ ବୋତଲରେ ଆସୁଛି ସେଗୁଡିକରେ ଗୋଟିଏ ଲିଟରରେ ୧୦୦ ମାଇକ୍ରୋପ୍ଲାଷ୍ଟିକ ରହୁଛି ବୋଲି ଏହି ଗବେଷଣାରେ ଜଣା ପଡିଛି । ଏହା ଆମ ଶରୀର ପାଇଁ ଖୁବ ବିପଦପୂର୍ଣ୍ଣ ହୋଇଥାଏ । ଅନେକଲୋକ ଭାବି ଥାଆନ୍ତି କାଚ ବୋତଲରେ ପାନୀୟ ସ୍ୱାସ୍ଥ୍ୟପାଇଁ ଭଲ ହେଲେ ବର୍ତ୍ତମାନର ଏହି ଗବେଷଣା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ଏହି ବୋତଲ ଗୁଡିକରେ ଥିବା କ୍ୟାପ୍ ଗୁଡିକ ସବୁଠାରୁ ଅଧିକ ମାଇକ୍ରୋପ୍ଲାଷ୍ଟିକ ଧରି ରଖିଥାଆନ୍ତି ବୋଲି ଜଣା ପଡିଛି । ଏହି ଗବେଷଣାରେ ଅନେକ ବୋତଲକୁ ସାମିଲ କରାଯାଇଥିଲା ଯାହା ଉପରେ ଗବେଷଣା କରାଯାଇଥିଲା । ଗୋଟିଏ ବିୟର ବୋତଲରେ ସବୁଠାରୁ ଅଧିକ ମାଇକ୍ରୋପ୍ଲାଷ୍ଟିକ ରହିଥାଏ, ଯାହା ଆମ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ଏହି ଗବେଷଣାରେ ମିଳିଥିବା ସୂଚନା ଅନୁସାରେ ସବୁଠାରୁ କ୍ଷତିକାରକ ହୋଇଥାଏ କାଚ ବୋତଲରେ ପାନୀୟ । ବର୍ତ୍ତମାନ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

Comments are closed.