କଦଳୀ ଚୋପା ଖୁବ ଉପକାରୀ

କଦଳୀ ଏକ ଏପରି ଫଳ ଯାହାକୁ ସବୁଠାରୁ ଅଧିକ ଖିଆଯାଇଥାଏ । ଏହାର ସ୍ୱାଦ ସହିତ ଏଥିରେ ଥିବା ସମସ୍ତ ପୋଷକ ତତ୍ୱପାଇଁ ଏହାକୁ ବେଶି ପସନ୍ଦ କରାଯାଇଥାଏ । ତେବେ ଏହାର ଚୋପାକୁ କେହି ବ୍ୟବହାର କରୁଥିବା କେବେ ଦେଖିବାକୁ ମିଳିନଥାଏ । ଏହାର ଚୋପାକୁ ସାଧାରଣତ ସମସ୍ତେ ଫୋପାଡି ଦେଇଥାଆନ୍ତି । ହେଲେ ଏହି ଚୋପା ଖୁବ ଉପକାରୀ ହୋଇଥାଏ । ହେଲେ ଏହି ଚୋପାରେ ଖୁବ ଅଧିକ ପୋଷକ ତତ୍ୱ ରହିଥାଏ ବୋଲି ବର୍ତ୍ତମାନ ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଇବାରେ ଲାଗିଛି । ଆୟୁର୍ବେଦ ସହିତ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣରେ ଏ ନେଇ ସୂଚନା ରହିଥିବା ଜଣା ପଡିଛି । ଏହି ଚୋପାରେ ଫାଇବର, ପଟାସିଅମ, ଭିଟାମିନ ବି୬, ଭିଟାମିନ ସି, ଆଣ୍ଟି ଅକ୍ତିଡାଣ୍ଟ, ମ୍ୟାଗ୍‌ନେସିଅମ ଆଦି ଭରପୂର ମାତ୍ରାରେ ରହିଥାଏ । ଯାହା ଆମର ପାଚନ ତନ୍ତ୍ରକୁ ମଜବୁତ କରିବାରେ ସହାୟକ ହୋଇଥାଏ । କେବଳ ପାଚନତନ୍ତ୍ର ନୁହେଁ ଏହା ଆମର ବିଭିନ୍ନ ଅନ୍ୟ ସମସ୍ୟା ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ । ଏଥିରେ ଥିବା ଫାଇବର କଣ୍ଟେଣ୍ଟ ଆମର ହଜମ ଶକ୍ତି ବଢାଇଥାଏ । ଯାହାଫଳରେ ଆମେ ଏପଟ ସେପଟ ଖାଦ୍ୟ ଖାଇବାରୁ ବଞ୍ଚିଥାଉ । ଏହାସହ କଦଳୀଚୋପା ଆମର ଚର୍ମ ପାଇଁ ଖୁବ ଉପକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକେଫରିଆଲ ଗୁଣ ଆମର ତ୍ୱଚା ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ । ଏହା ଆମ ଚର୍ମକୁ ଏକ ପ୍ରକାର ଚମକ ଦେଇଥାଏ । ତେବେ ଏହାକୁ ଖାଦ୍ୟରେ ବ୍ୟବହାର କରିବା ପୂର୍ବରୁ ଏକ୍ସପର୍ଟଙ୍କ ମତାମତ ନିଅନ୍ତୁ ।

Launching Ceremony of “AYUSHMAN BHARAT

Comments are closed.