କଂଗ୍ରେସର କଳା ପୋଷାକ ଆାନ୍ଦୋଳନରେ ସାମିଲ ହେଲେ ୧୭ ବିରୋଧୀ ଦଳ

ଯୋଗଦେଲେ ଟିଏମ୍‌ସି, ବିଆରଏସ୍

ନୂଆଦିଲ୍ଲୀ, ୨୭/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରୁ ଅଯୋଗ୍ୟ ଘୋଷିତ ‌ହେବାପରେ ଏବେ ବିରୋଧୀ ନେତାମାନେ ଏକଜୁଟ୍‌ ହୋଇଛନ୍ତି। କଂ‌ଗ୍ରେସ ଏବଂ ବିଜେପିଠାରୁ ସମାନ ଦୂରତା‌ ଅବଲମ୍ବନ କରିବ ବୋଲି ପୂର୍ବରୁ କହିଥିବା ଟିଏମ୍‌ସି (ତୃଣମୂଳ କଂଗ୍ରେସ) ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ରଣନୈତିକ ବୈଠକରେ ଯୋଗ ଦେଇଛି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଫିସରେ ଆଜି ଏହି ବୈଠକ ଚାଲିଥିଲା। ବୈଠକରେ ଟିଏମ୍‌ସି ନେତା ପ୍ରସୁନ ବାନାର୍ଜୀ ଏବଂ ଜବାହର ସିର୍କାର ଯୋଗ ଦେଇଛନ୍ତି। ରାହୁଲ ସଂସଦରୁ ଅଯୋଗ୍ୟ ଘୋଷିତ ହେବା ସଂକ୍ରାନ୍ତରେ ଏହି ରଣନୈତିକ ବୈଠକ ହୋଇଛି। ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି କଂଗ୍ରେସ ସାଂସଦ ମାନେ କଳା ପୋଷାକ ପିନ୍ଧି ଆନ୍ଦୋଳନ କରିଛନ୍ତି। ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍‌ ( ଭାରତ ରା‌ଷ୍ଟ୍ର ସମିତି) ତେଲେଙ୍ଗାନାରେ କଂଗ୍ରେସର ବିରୋଧୀ ‌‌ହୋଇଥିଲେ ସୁଦ୍ଧା ଶିବସେନା (ୟୁବିଟି) ସହ ଏହା ମଧ୍ୟ କଳା ପୋଷାକ ଆନ୍ଦୋଳନରେ ଯୋଗ ଦେଇଛି। ୧୭ଟି ବିରୋଧୀ ଦଳ ତଥା ଆଇଏନ୍‌ସି, ଡିଏମ୍‌କେ, ଏସପି, ଜେଡିୟୁ, ବିଆରଏସ୍‌, ସିପିଏମ୍‌, ଆର୍‌ଜେଡି, ଏନସିପି, ସିପିଆ‌ଇ, ଆଇୟୁଏମଏଲ, ଏମ୍‌ଡିଏମ୍‌କେ, କେସି, ଟିଏମ୍‌ସି, ଆରଏସ୍‌ପି, ଆପ୍, ଏନ୍‌ସି , ଶିବସେନା (ୟୁବିଟି) ଏହି ବୈଠକରେ ଯୋଗ ଦେଇଛନ୍ତି।

Govt

Comments are closed.