ଭୁବନେଶ୍ୱର : ଜୁଲାଇ ୦୯: ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ । କଟକ ଏସ୍ସିବିକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍ ପଠାଯାଇଛି । ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ କିଟ୍ ଦିଆଯାଇଛି । ସେହିପରି ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍ ପଠାଯାଇଥିବା ଆରଏମ୍ଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।
ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ‘କରୋନା’ରେ ୧୧,୨୦୧ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦୬ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ ୪୧୨୮ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
Comments are closed.