ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ୨୦ ଦିନର ବ୍ୟବଧାନ ପରେ ରାଜ୍ୟରେ ଶନିବାର ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ସେପଟେ ଦେଶରେ ବ୍ୟାପୁଛି କରୋନା । ଦିନକରେ JN.1 ଆକ୍ରାନ୍ତ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଁ ୬୩ ରେ ପହଞ୍ଚିଛି । କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢୁଛି । ଗୋଆରେ ସର୍ବାଧିକ ୩୪ ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ମହାରାଷ୍ଟ୍ରରେ ୯, କର୍ଣ୍ଣାଟକରେ ୮, କେରଳରେ ୬, ତାମିଲନାଡୁରେ ୪ ଓ ତେଲଙ୍ଗାନାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ କୋଭିଡ -୧୯ ର ୬୨୮ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪ ହଜାର ୫୪ କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କରୋନା ଜମିତ ମୋଟ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୩ ହଜାର ୩୩୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୫୦ ଲକ୍ଷ ୯ ହଜାର ୨୪୮ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ଚିକିତ୍ସା ପରେ ୪ କୋଟି ୪୪ ଲକ୍ଷ ୭୧ ହଜାର ୮୬୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି

Comments are closed.