ଓଡ଼ିଶାରେ ୨୪ ଘଂଟାରେ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ; ବୌଦ ଓ ନୂଆପଡା ରେ ନୂଆ କେଶ ନାହିଁ

ଭୁବନେଶ୍ୱର: ଜୁଲାଇ ୨୫: ଓଡ଼ିଶାରେ ୨୪ ଘଂଟାରେ ୧୮୩୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୯,୬୭,୫୪୮ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ୧୮୬୫ ଜଣ ସୁସ୍ଥ ହେଇଛନ୍ତି ଏବଂ ମହାମାରୀ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୯,୪୩,୦୬୯ ଜଣ ସୁସ୍ଥ ହେଇସାରିଛନ୍ତି I
ନୂଆ ୧୮୩୩ ଜଣଙ୍କ ମଧ୍ୟରୁ, ୧ ହଜାର ୬୨ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସମ୍ପର୍କରୁ ଚିହ୍ନଟ ହେଇଛନ୍ତି ୭୭୧ ଜଣ।
ସେହିପରି ରାଜ୍ୟରେ ନୂଆ ୬୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ମୃତ୍ୟୁ ସଂଖ୍ୟା ୫ ହାଜର ୫୧୨ ଜଣ କୁ ବୃଦ୍ଧି ପାଇଛି I
ତେବେ ୨୪ ଘଣ୍ଟାରେ ଅନୁଗୁଳରୁ ୭୭, ବାଲେଶ୍ୱରରୁ ୧୨୯, ବରଗଡ଼ରୁ ୧୦, ଭଦ୍ରକରୁ ୮୯, ବଲାଙ୍ଗିରରୁ ୨, କଟକରୁ ୨୪୩, ଦେଓଗଡ଼ରୁ ୬, ଢ଼େଙ୍କାନାଳରୁ ୧୩, ଗଜପତିରୁ ୧୬, ଗଞ୍ଜାମରୁ ୯, ଜଗତସିଂହପୁରୁ ୬୧, ଯାଜପୁରରୁ ୧୧୦, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୨୪,ଖୋର୍ଦ୍ଧାରୁ ୪୯୦, କୋରାପୁଟରୁ ୯, ମାଲକାନଗିରିରୁ ୧୯ , ମୟୁରଭଞ୍ଜରୁ ୫୯, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୮, ପୁରୀରୁ ୧୩୯, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୭ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
୨୪ ଘଂଟାରେ ୭୧,୦୩୯ ଜଣଙ୍କର ସ୍ୱାବ ପରୀକ୍ଷା ହେଇଛି ଏବଂ ସେଥିମଧ୍ୟରୁ, ୧୮୩୩ ଜଣ ପଜିଟିଭ ଅଛନ୍ତି I ଅର୍ଥାତ ଦୈନିକ ପଜିଟିଭିଟି ହାର ୨.୫୮ ରହିଛି I
ଓଡିଶା ର ନୂଆପଡା ଏବଂ ବୌଦ ଜିଲ୍ଲାରେ ୨୪ ଘଂଟାରେ ଗୋଟିଏ ବି ପଜିଟିଭ କେଶ ବାହରିନାହାନ୍ତି I

Launching Ceremony of “AYUSHMAN BHARAT

Comments are closed.