ଓଡ଼ିଶାରେ ଦୈନିକ ସଂକ୍ରମଣ ହାର କାମୁଛି; ଖୋର୍ଦ୍ଧା ରେ ଦିନକରେ ୪୪୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଂଟାରେ ରାଜ୍ୟରେ ୨୦୭୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୧୯୫ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୮୭୫ ଟି ଲୋକାଲ କେଶ I ଏଥିସହିତ ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ମୋଟ ସଂଖ୍ୟା ୯,୪୯,୯୨୯ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଗତ କାଲି ୨୫୬୩ ଜଣ ସୁସ୍ଥ ହେଇଛନ୍ତି I ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୯,୨୩,୨୦୯ ଜଣ ସୁସ୍ଥ ହେଇସାରିଛନ୍ତି I
ରାଜ୍ୟରେ ୬୪ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୯୨୫ କୁ ବୃଦ୍ଧିପାଇଛି I
ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧,୭୪୨ ରେ ପହଂଚିଛି I ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ହାର ୨.୯୫ ପ୍ରତିଶତ କୁ ହ୍ରାସ ପାଇଛି I
ସୂଚନା ଓ ଲୋକସମ୍ପର୍କ ବିଭାଗ ର ସୂଚନା ଅନୁସାରେ, ଖୋର୍ଦ୍ଧା ରେ ୪୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ କଟକ ରେ ୩୧୯, ବାଲେଶ୍ୱର ରେ ୧୭୬, ଯାଜପୁର ରେ ୧୩୬ ଏବଂ ପୁରୀ ରେ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ଜଗତସିଂହପୁର ରେ ୯୭ ଜଣ, ମୟୁରଭଞ୍ଜ ରେ ୮୧, କେନ୍ଦ୍ରାପଡ଼ା ରେ ୭୭, ଭଦ୍ରକ ଓ ସୁନ୍ଦରଗଡ ରେ ୬୬ ଜଣ ଲେଖାଏଁ, ନୟାଗଡ ରେ ୫୯, ଅନୁଗୁଳ ରେ ୫୭, କେନ୍ଦୁଝର ରେ ୫୬, ଢେଙ୍କାନାଳ ରେ ୪୪, କୋରାପୁଟ ରେ ୨୩, ମାଲକାନଗିରି ରେ ୨୦, ରାୟଗଡା ରେ ୧୮, ସମ୍ବଲପୁର ରେ ୧୬, କନ୍ଧମାଳ ରେ ୧୮, ବରଗଡ ରେ ୧୫, ଗଂଜାମ ଓ କଳାହାଣ୍ଡି ରେ ୧୨ ଜଣ ଲେଖାଏଁ , ବୌଦ ଓ ନବରଙ୍ଗପୁର ରେ ୧୧ ଜଣ ଲେଖାଏଁ , ସୋନପୁର ଓ ଝାରସୁଗୁଡା ରେ ୮ ଜଣ ଲେଖାଏଁ, ବଲାଙ୍ଗୀର ଓ ନୂଆପଡା ରେ ୭ ଜଣ ଲେଖାଏଁ, ଗଜପତି ରେ ୬ ଜଣ ଏବଂ ଦେଓଗଡ ରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଷ୍ଟେଟ ପୂଲ ରେ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I

Launching Ceremony of “AYUSHMAN BHARAT

Comments are closed.