ଓଡ଼ିଶାରେ ଚିହ୍ନଟ ହେଲେ ୨୨୩୯ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୩୩ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୮: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୨୨୩୯ ଜଣ ନୂଆ କରୋନା ଆକ୍ରାନ୍ତ I ସେଥିରୁ, ୧୪୧୬ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୮୨୩ ଜଣ ସ୍ଥାନୀୟ କେଶ I
ଖୋର୍ଦ୍ଧା ରୁ ସର୍ବାଧିକ ୪୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେହିପରି, ଗଂଜାମ ରୁ ୨୪୬, ନୟାଗଡ ରୁ ୧୪୭, ବାଲେଶ୍ୱର ରୁ ୧୩୦, ରାୟଗଡା ରୁ ୧୨୦, କଟକ ରୁ ୧୧୭, କୋରାପୁଟ ରୁ ୯୧, କନ୍ଧମାଳ ରୁ ୯୦, ମୟୁରଭଞ୍ଜ ରୁ ୮୦, ଯାଜପୁର ରୁ ୭୫, ଭଦ୍ରକ ରୁ ୭୩, କେନ୍ଦୁଝର ରୁ ୭୨, ବଲାଙ୍ଗୀର ରୁ ୬୬, ସୁନ୍ଦରଗଡ ରୁ ୬୪, ମାଲକାନଗିରି ରୁ ୫୫, ସମ୍ବଲପୁର ରୁ ୫୩, ବୌଦ ରୁ ୫୩, ବରଗଡ ରୁ ୫୧, ଗଜପତି ରୁ ୪୨, ପୁରୀ ରୁ ୪୦, ଢେଙ୍କାନାଳ ରୁ ୩୬, ଜଗତସିଂହପୁର ରୁ ୨୬, ସୋନପୁର ରୁ ୨୪, କଳାହାଣ୍ଡି ରୁ ୨୧, ନବରଙ୍ଗପୁର ରୁ ୧୪, ଝାରସୁଗୁଡା ରୁ ୧୩, ନୂଆପଡା ରୁ ୮, କେନ୍ଦ୍ରାପଡ଼ା ରୁ ୭ ଏବଂ ଅନୁଗୁଳ ଜିଲ୍ଲାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୩୩ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪୩ ହଜାର ୭୮୦ ଜଣ ସୁସ୍ଥ ହେଇସାରିଥିବା ବେଳେ ଏବେ ମୋଟ ୨୦ ହଜାର ୩୩୮ ଜଣ ଚିକିତ୍ସାଧୀନ ଅଛନ୍ତି I
୨୪ ଘଣ୍ଟାରେ ୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏବେ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୬୨ ରେ ପହଂଚିଛି I

Govt

Comments are closed.