ଭୁବନେଶ୍ୱର: ଜୁଲାଇ ୦୩ : ଓଡ଼ିଶାରେ ଆଉ ଦୁଇ ଜଣ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ମୃତ୍ୟୁ ବରଣ କରିଥିବା ଦୁଇଜଣ ବ୍ୟକ୍ତି ଗଂଜାମ ଜିଲ୍ଲାର ଏବଂ ସେମାନଙ୍କ ବୟଷ ଯଥାକ୍ରମେ ୬୬ ଓ ୪୦ ବର୍ଷ I ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପିଡ଼ୀତ ଥିଲେ ଏବଂ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପିଡ଼ୀତ ଥିଲେ । ଏହାକୁ ମିଶାଇ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି ପାଇଛି I
ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ, ଗଂଜାମରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଆଜି ସୁଦ୍ଧା ଗଂଜାମ ରେ ୧୮୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଥିବାବେଳେ, ୧୭ ଜଣଙ୍କର ମୃତ୍ୟୁ ହେଇଛି I
Regret to report the demise of two Covid positive cases.
A 66 year old Male of Ganjam district, who was also a known case of Hypertension.
A 40 year old Male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 3, 2020

Comments are closed.