ଏଆଇ ଆମର କାର୍ଯ୍ୟକୁ ଅନେକମାତ୍ରାରେ ସୁବିଧା ଓ ସହଜ କରୁଛି । ହେଲେ ଏହାକୁ ନେଇ ବିପଦ ମଧ୍ୟ ବଢୁଥିବାର ସୂଚନା ଅନେକ ସମୟରେ ସାମନାକୁ ଆସୁଛି । ଅନେକ ସମୟରେ ଏହାକୁ ନେଇ ବୈଜ୍ଞାନିକମାନେ ବିଭିନ୍ନ ସୂଚନା ଦେଉଛନ୍ତି ଯାହା ଆମ ମାନଙ୍କ ପାଇଁ ବିପଦ ବୋଲି ଜଣା ପଡୁଛି । ନିକଟରେ ଏଆଇର ଗଡଫାଦର ଜେଫ୍ରି ହିଣ୍ଟନ ଦେଇଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ମତରେ ଯଦି ଏଆଇ ମେସିନ ନିଜନିଜ ଭିତରେ କଥା ହେବା ଆରମ୍ଭ କରିବେ ତେବେ ଏହା ମଣିଷସମାଜ ପାଇଁ ଭୟାନକ ହୋଇପାରେ । ବର୍ତ୍ତମାନ ଏଆଇ ଇଂରାଜିରେ ପରିଚାଳିତ ହେଉଛି, ହେଲେ ଆଗକୁ ଯଦି ଏଆଇ ନିଜର କାର୍ଯ୍ୟ ମେସିନ ଭାଷାରେ କରିବ ତେବେ ଆଗକୁ ଏହା ମଣିଷଙ୍କ ପାଇଁ ଏଆଇକୁ ଟ୍ରାକ କରିବା କଷ୍ଟ ହୋଇପଡିବ । ଏଆଇ କଣ ଭାବୁଛି ଓ କରିବାକୁ ପ୍ଲାନ କରୁଛି ତାହା କେହି ଜାଣି ପାରିବେ ନାହିଁ । ବର୍ତ୍ତମାନ ଧୀରେଧୀରେ ଏଆରେ ହେଉଥିବା ପରିବର୍ତ୍ତନକୁ ଆଖିରେ ରଖି ସେ ଏଭଳି ଷ୍ଟେଟମେଣ୍ଟ ଦେଇଥିବା ଜଣା ପଡିଛି । ଆଗକୁ ଏଆଇ ମଣିଷ ସମାଜକୁ ନିୟନ୍ତ୍ରଣ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି ।