ଗୁରୁଦିବସକୁ ସମସ୍ତ ଛାତ୍ର ଅପେକ୍ଷା କରି ରହିଥାଆନ୍ତି । ଏହି ଦିନ ସମସ୍ତେ ନିଜନିଜ ଗୁରୁଙ୍କୁ କିଛି ଉପହାର ଦେବାକୁ ଚାହାନ୍ତି । ତାଙ୍କ ଜୀବନକୁ ଶିକ୍ଷା ରୂପକ ଆଲୋକରେ ଆଲୋକିତ କରୁଥିବା ବ୍ୟକ୍ତିଙ୍କୁ ସମସ୍ତେ ସମ୍ମାନୀତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଉପହାର ସମ୍ପର୍କରେ ଯାହା ଆପଣ ତୁରନ୍ତ ପ୍ରସ୍ତୁତ କରି ନିଜ ଗୁରୁଙ୍କୁ ଦେଇ ପାରିବେ ।
ହାତଲେଖା ନୋଟ
ନିଜ ଗୁରୁଙ୍କୁ ନିଜ ହାତରେ କିଛି କାର୍ଡ ଡିଜାଇନ୍ କରି ସେଥିରେ ନିଜର ମନର ଭାବକୁ ଲେଖି ପ୍ରକାଶ କରିପାରିବେ । ଏହାକୁ ଥ୍ୟାଙ୍କୁ କାର୍ଡ କୁହାଯାଇଥାଏ । ଏହା ହାତ ତିଆରି ହୋଇଥିବାରୁ ଆପଣଙ୍କ ଶିକ୍ଷକଙ୍କୁ ଖୁବ ପସନ୍ଦ ଆସିବ । ଏଥିରେ ଶିକ୍ଷକଙ୍କ ଫଟୋ ମଧ୍ୟ ସ୍ଥାନିତ କରିପାରିବେ ।
ଡେସ୍କ ପ୍ଲାଣ୍ଟ
ସମସ୍ତ ଶିକ୍ଷକଙ୍କର ଗୋଟିଏ ଡେସ୍କ ରହିଥାଏ, ଯେଉଁଥିରେ ସେ ନିଜର ଆବଶ୍ୟକ ସାମଗ୍ରୀ ରଖିଥାଆନ୍ତି । ଏହାକୁ ସଜାଇବା ପାଇଁ ମିଳୁଥିବା ଡେସ୍କ ପ୍ଲାଣ୍ଟ ଦେଇପାରିବେ । ଏହା ଖୁବ ସହଜରେ ବଜାରରେ ମିଳିଯାଇଥାଏ । ଏଗୁଡିକର ଖୁବ କମ ଯନିନେବାକୁ ପଡିଥାଏ, ତେଣୁ ଏହା ଆପଣଙ୍କ ଶିକ୍ଷକଙ୍କୁ ଖୁବ ପସନ୍ଦ ଆସିବ ।
ରିଲାକ୍ସ କିଟ୍
ଆପଣଙ୍କ ଶିକ୍ଷକଙ୍କୁ ଏକ ରିଲାକ୍ସ କିଟ୍ ଦେଇପାରିବେ । ଏଥିରେ ଟି ବ୍ୟାଗ୍, ମିଣ୍ଟ, ସାନିଟାଇଜର, ଷ୍ଟିକି ନୋଟ୍ସ, ଚକୋଲେଟ୍ ଆଦି ରଖି ଦେଇପାରିବେ । ଯାହା ତାଙ୍କର ଆବଶ୍ୟକ ସମୟରେ କାମ ଦେବ ।
କୋଟ୍ସ ଫ୍ରେମ
ବଜାରରେ ଖୁବ ଭଲଭଲ କୋଟ୍ସ ଫ୍ରେମ ମିଳିଥାଏ । ଏଗୁଡିକୁ ମଧ୍ୟ ଶିକ୍ଷକଙ୍କୁ ସଙ୍ଗେସଙ୍ଗେ ବଜାରରୁ କିଣି ଉପହାର ଭାବେ ଦେଇପାରିବେ । ଏଗୁଡିକ ବେଶ ଭଲ ଉପହାର ହୋଇଥାଏ ।
