ନିକଟରେ ଅର୍ଥାତ ଅଗଷ୍ଟ ୩ରେ ପାଳିତ ହୋଇଛି ଜାତୀୟ ତରଭୁଜ ଦିବସ । ଏହି ଦିବସର ମୂଳ ଲକ୍ଷ ତରଭୁଜର ଲାଭ ସମ୍ପର୍କରେ ସମସ୍ତଙ୍କୁ ଜଣାଇବା । ତେବେ ତରଭୁଜ ଏକ ସାଧାରଣ ଫଳ ଭଳି ଦୃଶ୍ୟ ହେଉଥିଲେ ବି ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି । ଏହି ଫଳକୁ ଭଲପାଉଥିବା ଲୋକ ସାରା ବିଶ୍ୱରେ ମିଳିଥାଆନ୍ତି । ଆସ୍ତୁ ତରଭୁଜ ସମ୍ପର୍କରେ କିଛି ରୋଚକ ତଥ୍ୟ ଜାଣିବା
– ତରଭୁଜରେ ପୋଷକ ତତ୍ୱ ଭରି ହୋଇ ରହିଛି । ଏଥିରେ ଭିଟାମିନ୍ ଏ, ସି, ଲାଇକୋପିନ୍ ଓ ପଟାସିଅମ ଭଳି ତତ୍ୱ ଖୁବ ଅଧିକ ପରିମାଣରେ ରହିଛି ।
– ଏଥିରେ ୯୨ ପ୍ରତିଶତର ପାଣି ରହିଛି ତେଣୁ ଏହି ଫଳ ଖାଇବା ଫଳରେ ଆମ ଶରୀରର ଅନେକ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ ରହିଥାଏ ।
– ତରଭୁଜ ପାଖାପାଖି ୧୨୦୦ରୁ ଅଧିକ ରଙ୍ଗ ଓ ସ୍ୱାଦରେ ମିଳିଥାଏ । ଏଥିରେ ଗୋଲାପି, ହଳଦିଆ, ଲାଲ୍ ଭଳି ଅନେକ ରଙ୍ଗ ସାମିଲ ଥାଏ ।
– ବିଶ୍ୱର ସବୁଠାରୁ ଓଜନଦାର ତରଭୁଜର ଓଜନ ୧୫୯ କେଜି ଥିଲା ଯାହା ଗିନିଜ୍ ଓ୍ୱାଲïର୍ ରେକର୍ଡରେ ମଧ୍ୟ ସାମିଲ ଅଛି ।
– ତରଭୁଜରୁ ଆମ ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । ଏହା ଆମର ଚର୍ମର ସେଲକୁ ମରାମତି କରିବାରେ ସାହାଯ୍ୟ କରିଥାଏ ।