ଉପକାରୀ ଜାଇଫଳ

0

ଭାରତୀୟ ମସଲାରେ ଜାଇଫଳର ବ୍ୟବହାର ଖୁବ ଅଧିକ ହୋଇଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବାରେ ଖୁବ ଅଧିକ ସହାୟକ ହୋଇଥାଏ ଜାଇଫଳ । ତେବେ କେବଳ ସ୍ୱାଦ ନୁହେଁ ଆମର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଦରକାରୀ । ଜାଇଫଳରେ ଏଭଳି ଅନେକ ଗୁଣ ରହିଛି ଯାହା ଆମର ଉଭୟ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଜାଇଫଳରେ ମ୍ୟାଗନେସିୟମ, ମାଙ୍ଗାନିଜ୍‌ ଓ କପରର ମାତ୍ରା ଖୁବ ଅଧିକ ଥାଏ ଯେଉଁ କାରଣରୁ ଏହା ବିଶେଷଭାବେ ମହିଳାଙ୍କ ପାଇଁ ଦରକାରୀ ହୋଇଥାଏ । ଏହା ଏକ ମୁଡ୍‌ ଲିଫଫର ବା ମାନସିକ ସ୍ୱାସ୍ଥ୍ୟକୁ ଠିକ୍‌ କରିବାରେ କାର୍ଯ୍ୟ କରିଥାଏ । ଜାଇଫଳକୁ ଖୀର ସହ ମିଶାଇ ଖାଇଲେ ଏହା ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ଆଙ୍ଗ୍‌ଜାଇଟି, ଡିପ୍ରେସ୍‌ ଭଳି ରୋଗକ ଏହା ଭଲ କରିଥାଏ । ସେହିଭଳି ଏହା ଝିଅମାନଙ୍କର ଋତୁସ୍ରାବ ଜନିତ କଷ୍ଟ ସମୟରେ ବି କାମରେ ଆସିଥାଏ । ଜାଇଫଳକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଏହି ସମୟରେ ହେଉଥିବା କଷ୍ଟ ଯନ୍ତ୍ରଣା ଦୂର ହୋଇଥାଏ । ସେହିଭଳି ଏହା ଆମର ନିଦ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ଯଦି ଆପଣଙ୍କର ନିଦ ସମସ୍ୟା ରହିଛି ତେବେ ଖୀର ଓ ଚା’ରେ ଜାଇଫଳ ମିଶାଇ ପିଅନ୍ତୁ । ଏହାଦ୍ୱାରା ନିଦ ଠିକ୍‌ ହୋଇଥାଏ । ଜାଇଫଳ ଆମର ପେଟ ଯନ୍ତ୍ରଣା ପାଇଁ ମଧ୍ୟ ଖୁବ ଲାଭ ଦାୟକ ହୋଇଥାଏ । ଏହା ଆମର ହଜମ ଶକ୍ତି ବଢାଇଥାଏ , ପାଚନ ତନ୍ତ୍ରକୁ ଭଲ ରଖିଥାଏ ।

Leave A Reply

Your email address will not be published.