ଦିଲ୍ଲୀ: ଜୁଲାଇ ୨୧: ଉଡନ୍ତା କାର୍ ପରେ ଏବେ ବାଇକ୍ ତିଆରି ହୋଇଛି । ଦକ୍ଷିଣ କାଲିଫର୍ଣ୍ଣିଆ ସ୍ଥିତ ଜେଟ୍ପାକ୍ ଆଭିଏସନ୍ ନାମକ ଏକ ସଂସ୍ଥା ଏହି ବାଇକ୍ର ପରୀକ୍ଷା କରିଛନ୍ତି । ବାଇକ୍ର ନାମ ପି ୱାନ୍ ବା ସ୍ପିଡର ରଖାଯାଇଛି ।
ଏହି ବାଇକ୍ ୧୫ ହଜାର ଫୁଟ୍ ପର୍ଯ୍ୟନ୍ତ ଉଡ଼ିପାରୁଥିଲାବେଳେ ଏହାର ସଫଫଫ ଲ୍ୟାଣ୍ଡିର କ୍ଷମତା ମଧ୍ୟ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବାଇକ୍ର ଦୁଇଟି ଭର୍ସନ ପ୍ରସ୍ତୁତ କରାଯାଇଛି । ଗୋଟିଏ ସର୍ବସାଧାରଣଙ୍କ ସକାଶେ ଉଦ୍ଦିଷ୍ଟ ହୋଇଥିଲାବେଳେ ବେଳେ ଅନ୍ୟଟି ମିଲିଟାରିନ ଓ ଉଦ୍ଧାରକାରୀ ଦଳଙ୍କ ପାଇଁ ରଖାଯାଇଛି । ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ବାଇକ୍ଟି ଗତି କରିବ । ୧୦ରୁ ୨୦ ମିନିଟ୍ ପାଇଁ ଏହା ଆକାଶର ଉଡିପାରିବ । ପେଟ୍ରୋଲ୍ ଏବଂ କିରୋସିନ୍ରେ ବାଇକ୍ଟି ଚାଲିପାରିବ ।
ତେବେ ବାଇକ୍ର ସଫଳପରୀକ୍ଷଣ ପରେ ମଧ୍ୟ ଏହାକୁ ସର୍ବସାଧାରଣଙ୍କ ସକାଶେ ବଜାରରେ ପ୍ରବେଶ କରାଯାଇନି ।
Comments are closed.