ଆର୍‌ପିଏଫ୍‌ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ସୋନାଲି ମିଶ୍ରା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ଭାବେ ଆଇପିଏସ୍‌ ଅଧିକାରୀ ସୋନାଲି ମିଶ୍ରାଙ୍କୁ ନିଯୁକ୍ତି ଦିଆଯାଇଛି। ଜୁଲାଇ ୩୧ରେ ମନୋଜ ଯାଦବଙ୍କ ଅବସର ପରେ ସେ ଦାୟିତ୍ବ ଗ୍ରହଣ କରିବେ। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୋନାଲିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛି। ଏ ନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ୩୧ ଅକ୍ଟୋବର ୨୦୨୬ରେ ଅବସର ଗ୍ରହଣ କରିବେ। ୧୯୯୩ ବ୍ୟାଚ୍‌ ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ୍‌ ଅଧିକାରୀ ସୋନାଲି ମିଶ୍ରା ସମ୍ପ୍ରତି ମଧ୍ୟପ୍ରଦେଶ ପୁଲିସର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବୃତ୍ତିଗତ ଜୀବନରେ ସୋନାଲି ବିଭିନ୍ନ ବିଭାଗରେ କାର୍ଯ୍ୟ କରି ତାଙ୍କର ପାରଦର୍ଶିତା ପ୍ରମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ଓ ଉଲ୍ଲେଖନୀୟ ସେବା ନିମନ୍ତେ ପୁଲିସ ପଦକ ମିଳିଛି। ଏହାପୂର୍ବରୁ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ରହିଛନ୍ତି। ଜୁଲାଇ ୨୦୨୧ରେ ବିଏସ୍‌ଏଫ୍‌ର ପ୍ରଥମ ମହିଳା କମାଣ୍ଡର ଭାବେ ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ସେ ଦାୟିତ୍ବ ନିର୍ବାହ କରିଛନ୍ତି।

Govt

Comments are closed.