ବିଶ୍ୱତାପମାନ ବା ଗ୍ଲୋବାଲଓ୍ୱାର୍ମିଂର ପ୍ରଭାବ ଜୀବଜଗତ ଉପରେ ଖୁବ ଅଧିକ ପଡିଥାଏ । ସେହିଭଳି ଏକ ପ୍ରଭାବ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ସୂଚନା ଅନୁସାରେ ଆଣ୍ଟର୍କଟିକାରେ ଥିବା ଏମ୍ପରର ପେଙ୍ଗୁଇନ୍ଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି । ଏହାର ମୁଖ୍ୟ କାରଣ ଭାବେ ବିଶ୍ୱତାପମାନକୁ ଦାୟୀ କରାଯାଇଛି । ତେବେ ଏହି ସଂଖ୍ୟା ଆଗ ଅପେକ୍ଷା ବର୍ତ୍ତମାନ ଖୁବ ଅଧିକ ବେଗରେ ବଢିବାରେ ଲାଗିଛି । ଏହି ପେଙ୍ଗୁଇନ୍ଙ୍କ ସଂଖ୍ୟାକୁ ମହାକାଶରୁ ଅନୁଧ୍ୟାନ କରାଯାଇଥାଏ । ବର୍ତ୍ତମାନ ମିଳିଥିବା ତଥ୍ୟ ଅନୁସାରେ ଏମାନଙ୍କ ସଂଖ୍ୟା ପାଖାପାଖି ୫୦ ପ୍ରତିଶତ କମିଯାଇଛି, ଯାହା ବର୍ତ୍ତମାନ ବିଶ୍ୱବାସୀଙ୍କ ପାଇଁ ଏକ ସତର୍କର ଘଣ୍ଟି ପାଲଟିଛି । ବିଶ୍ୱତାପମାନର ପ୍ରଭାବ ବେଶି ପେଙ୍ଗୁଇନ୍ମାନଙ୍କର ବଂଶ ବୃଦ୍ଧି ଉପରେ ଦେଖିବାକୁ ମିଳୁଛି । ଏହି କାରଣରୁ ସେମାନଙ୍କର ଛୁଆମାନେ ମରିଯାଉଥିବା ଏହି ନୂତ ସର୍ଭେର ଜଣା ପଡିଛି । ତେଣୁ ବର୍ତ୍ତମାନ ସମଗ୍ର ବିଶ୍ୱକୁ ବିଶ୍ୱତାପମାନ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ କିଛି ବଳିଷ୍ଟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ନହେଲେ ଏହାର ପରିଣାମ ଖରାପ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Comments are closed.