ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନଙ୍କ ଉତ୍ସବ

୨୦ ବର୍ଷ ପରେ ଆମେରିକା ସୈନ୍ୟ ଆଫଗାନ୍‌ ଛାଡ଼ିଲେ ବାଣ ଫୁଟାଇ ତାଲିବାନ କଲେ ଉତ୍ସବ ଆମେରିକା ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଅନ୍ୟ ଲୋକଙ୍କୁ ତାଲିବାନୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ କୋର୍ଟରେ ହାଜର ନହେଲେ ମୃତୁ୍ୟଦଣ୍ଡ

ଦିଲ୍ଲୀ: ଅଗଷ୍ଟ ୩୧: ଆଫଗାନିସ୍ତାନରେ ୨୦ ବର୍ଷ ଧରି ଲୋକଙ୍କୁ ସୁରକ୍ଷା ଦେଇ ଆସୁଥିବା ଆମେରିକା ସୈନ୍ୟ ନିଜ ଦେଶକୁ ଗଲା ପରେ ତାଲିବାନ ଉତ୍ସବ ମୁଖରିତ ହୋଇଉଠିଛି । ସେମାନେ ବ୍ଲଙ୍କ୍‌ ଫାୟାରିଂ କରି ଉତ୍ସବ ମନାଇବା ସହିତ ବାଣ ଫୁଟାଇଛନ୍ତି । ସୋମବାର ରାତିରେ ଆମେରିକା ସୈନ୍ୟ ଯିବା ପରେ ଏହି ଘଟଣା ଘଟିଛି । ଏବେ କାବୁଲ ଏୟାରପୋର୍ଟ ସମ୍ପୂର୍ଣ୍ଣ ତାଲିବାନଙ୍କ କବଜାରେ ରହିଛି । ଯଦି କୌଣସି ଲୋକ ଆଫଗାନ ଛାଡ଼ି ଯିବାକୁ ଚାହେଁ ତେବେ ସେ ତାଲିବାନଠାରୁ ଅନୁମତି ନେବାକୁ ପଡ଼ିବ । ଆମେରିକୀୟ ସୈନ୍ୟ ନିଜ ଦେଶକୁ ଯିବା ପରେ ଏବେ ତାଲିବାନ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇଯାଇଛି ।
ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ତଥ୍ୟ ଅନୁସାରେ, ଆଫଗାନିସ୍ତାନ ଛାଡ଼ିଥିବା ଶେଷ ଆମେରିକୀୟ ସୈନ୍ୟ ହେଉଛନ୍ତି, ମେଜର ଜେନେରାଲ କ୍ରିସ୍‌ ଡୋନାହୁ । ସେ ସି-୧୭ ବିମାନରେ ଆମେରିକା ଫେରିଥିଲେ ।
ତେବେ ଅଗଷ୍ଟ ୩୦ ସୁଦ୍ଧା ଆମେରିକୀୟମାନଙ୍କୁ ଆଫଗାନ ଛାଡ଼ିବାକୁ ଧମକ ଦେଇଥିଲା ତାଲିବାନ । ଆମେରିକା ଗତ ଦୁଇ ସପ୍ତାହ ମଧ୍ୟରେ କାବୁଲ ବିମାନ ବନ୍ଦରରୁ ପ୍ରାୟ ୧ ଲକ୍ଷ ୧୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରିଛି । ଆମେରିକା ସୈନ୍ୟ ଅଫଗାନ ଛାଡ଼ିବା ପରେ ଏବେ ସାଧାରଣ ଜନତା ଭୟଭୀତ ହୋଇପଡ଼ିଛନ୍ତି ।
ଅନ୍ୟପକ୍ଷରେ, ଆମେରିକା ସୈନ୍ୟବାହିନୀ ଏବଂ ପ୍ରଶାସନରେ କାର୍ଯ୍ୟ କରୁଥିବା ଅନ୍ୟଲୋକ ଯେପରି, ଅନୁବାଦକ, ସାମ୍ବାଦିକ, ମହିଳା ଅଧିକାରୀ ଏବେ ଆତଙ୍କରେ ରହିଛନ୍ତି । ସେମାନଙ୍କୁ ତାଲିବାନୀ କୋର୍ଟରେ ହାଜର ହେବାକୁ ପତ୍ର ମିଳିଛି । କୋର୍ଟରେ ହାଜର ନହେଲେ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଖୋଲା ଧମକ ପତ୍ରରେ ଲେଖାଯାଇଛି ।

Launching Ceremony of “AYUSHMAN BHARAT

Comments are closed.