ଆଜି ଜନ୍ମଦିନ, ମନମୋହନ ସିଂହ
ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ଖୁବ ପରିଚିତଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୨୬ ସେପେଫମ୍ବର ୧୯୩୨ ମସିହାରେ ପଞ୍ଜାବରେ ଏକ ସିଖ ପରିବାରରେ ଜନ୍ମ ହୋଇଥିଲେ ମନମୋହନ । ଭାରତର ବିଭାଜନ ପରେ ଶ୍ରୀ ସିଂହ ତାଙ୍କ ପରିବାର ସହ ଅମ୍ରିତସର ଯାଇଥିଲେ । ସେଠାରେ ସେ ହିନ୍ଦୁ କଲେଜରେ ନିଜର ଶିକ୍ଷା ସମାପ୍ତ କରିବାପରେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ସେ ଅର୍ଥଶାସ୍ତ୍ରରେ ଟ୍ରିପୋସ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରାପ୍ତ କରିଥିଲେ । ସେହି ସମରେ ସେ ସେଣ୍ଟ ଜର୍ଜ କଲେଜର ସଦସ୍ୟ ଥିଲେ । କେମ୍ବ୍ରିଜରେ କାର୍ଯ୍ୟକାଳ ଶେଷ କରି ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ଜେନେଭାରେ ସାଉଥ୍ କମିସନର ସେକ୍ରେଟାରୀ ଜେନେରାଲ ଭାବେ କାର୍ଯ୍ୟରତ ଥିଲେ । ୧୯୯୦ରେ ସେ ଭାରତ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କର ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ହେଲେ ହଠାତ ତାଙ୍କର ରାଜନୀତି ଜୀବନର ଆରମ୍ଭ ହୋଇଥିଲା । ୧୯୯୧ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ନରସିଂହ ରାଓ ଶ୍ରୀ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ କରିଥିଲେ । ଯାହାପରେ ତାଙ୍କର ରାଜନୈତିକ ଜୀବନର ଆରମ୍ଭ ହୋଇଥିଲା । ଏକ କଡା ବିରୋଧ କ୍ରମେ ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ ବ୍ୟବସ୍ଥା କରିଥିଲେ । ଏହା ପରେ ତାଙ୍କୁୁ ୧୯୯୮-୨୦୦୪ ଯାଏଁ କଂଗ୍ରେସ ପାର୍ଟିରୁ ରାଜ୍ୟ ସଭାରେ ବିପକ୍ଷ ଦଳର ମୁଖ୍ୟ ହିସାବରେ ଦାୟିତ୍ୟ ଦିଆଯାଇଥିଲା । ୨୦୦୦୪ ମସିହାରେ ଶ୍ରୀ ସିଂହଙ୍କୁ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ୨୦୦୯ରେ ସେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଅନେକ ଉଲ୍ଲେଖନୀୟ କାର୍ଯ୍ୟକୁ ଆଜି ବି ଦେଶବାସୀ ମନେ ରଖିଛନ୍ତି । ଏହି ବିଚକ୍ଷଣ ଅର୍ଥନୀତିଜ୍ଞ ତଥା ରାଜନେତାଙ୍କର ୨୬ ଡିସେମ୍ବର ୨୦୨୪ରେ ୯୨ରେ ବର୍ଷରେ ଦେହାନ୍ତ ହୋଇଥିଲା ।

Comments are closed.