ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଭାବେ ତାଙ୍କର ରହିଛି ସ୍ୱାତନ୍ତ୍ର ପରିଚୟ । ୧୯୦୬ ଅଗଷ୍ଟ ୧୧ରେ ଜନ୍ମ ଗ୍ରହଣ କରିଥିବା କାହ୍ନìଚରଣ ୧୯୩୦ ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ଉପନ୍ୟାସ କା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କୁ ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର ଭାବରେ ବିବେଚନା କରାଯାଏ । କାହ୍ନୁଚରଣ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ଜନ୍ମଗ୍ରହଣ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରୁ ଶିକ୍ଷାଗ୍ରହଣ କରିଥିଲେ । ଶୈଶବରୁ କାହ୍ନୁଚରଣ ମହାନ୍ତି ସାହିତ୍ୟପ୍ରତି ଆକୃଷ୍ଟ ଥିଲେ ଓ ଫକୀର ମୋହନ ସେନାପତିଙ୍କ ରଚନାରୁ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେ ପରେ ଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ଥିଲା ୧୯୨୩-୧୯୨୪ରେ ପ୍ରକାଶିତ ଉତ୍ସବେ ବ୍ୟସନ । ଏହି ମହାନ ଲେଖକଙ୍କର ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ଦେହାନ୍ତ ହୋଇଥିଲା ।