ଆଜି ଜନ୍ମଦିନ,,, ଅଲିମ୍ପିକ୍‌ ବିଜେତା ଧ୍ୟାନଚାନ୍ଦ

୧୯୦୫ ଆଜିର ଦିନରେ ଉତ୍ତରପ୍ରଦେଶର ଆଲ୍ଲାହାବାଦରେ ଜନ୍ମ ଗ୍ରହଣ କରିଥିଲେ ଭାରତୀୟ ହକି ଖେଳାଳୀ ଓ ଅଧିନାୟକ ଧ୍ୟାନଚାନ୍ଦ । ହକି ଖେଳରେ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି । ତାଙ୍କର ଅସାଧାରଣ ହକିଷ୍ଟିକ୍‌ ଚାଳନା ବଳରେ ଭାରତ ଏକଦା ବିଶ୍ୱ ହକିରେ ଆଧିପତ୍ୟ ବିସ୍ତାର କରିଥିଲା । ତାଙ୍କର କ୍ରୀଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସ୍କୋରକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ୍‌ ବ୍ରାଡ଼ମ୍ୟାନ ଥରେ ଟିªଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି । ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେରେ ଯୋଗଦେଇ ହକି ତାଲିମ ନେଇଥିଲେ । ସୈନ୍ୟବାହିନୀରେ ଚାକିରି ଅବସରରେ ୧୯୧୬ରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରି ଗୋଲରେ ଶତକ ପୂରଣ କରିଥିଲେ । ୧୯୨୮ ଆମଷ୍ଟରଡାମ ଅଲମ୍ପିକ୍‌ରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ ଗୋଲ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସେ ସ୍କୋର କରିଥିଲେ । ତିନୋଟି ଅଲିମ୍ପିକ୍‌ରେ ଭାରତର ୧୦୨ଟି ଗୋଲ ମଧ୍ୟରୁ ଧ୍ୟାନଚାନ୍ଦଙ୍କ ଥିଲା ୩୮ଟି ଗୋଲ । ତେଣୁ ତାଙ୍କୁ ଗୋଲ ମେସିନ ବୋଲି ମଧ୍ୟ କୁହାଯାଉଥିଲା । ୧୯୭୯ ଡିସେମ୍ବର ୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି ।
ଗୋପୀନାଥ ଦାଶ
ମୋ . ୮୮୯୫୨୯୬୧୬୭

Launching Ceremony of “AYUSHMAN BHARAT

Comments are closed.