ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନରେ ପ୍ରଣୟଙ୍କ ପରାଜୟ ସହ ଭାରତୀୟଙ୍କ ଅଭିଯାନ ଶେଷ

ସିଡ୍‌ନି: ଭାରତୀୟ ବ୍ୟାଡମିଣ୍ଟନ ତାରକା ଖେଳାଳି ଏଚ୍ଏସ୍ ପ୍ରଣୟ ଅଷ୍ଟ୍ରେଲିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍ରୁ ବିଦାୟ ନେଇଛନ୍ତି। ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଥିବା ପ୍ରଣୟ ପୁରୁଷ ସିଙ୍ଗଲ୍ସ ପ୍ରିକ୍ବାର୍ଟରଫାଇନାଲ୍ରେ ଜାପାନର କୋଡାଇ ନାରାଓକାଙ୍କଠୁ ୧୯-୨୧, ୧୩-୨୧ରେ ହାରି ଯାଇଥିଲେ। ତାଙ୍କ ପରାଜୟ ପରେ ଏହି ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ପୂର୍ବରୁ ସମୀର ବର୍ମା ୧୨-୨୧, ୧୩-୨୧ରେ ଚାଇନିଜ୍ ତାଇପେର ଚୁନ୍-ୟି ଲିନ୍ଙ୍କଠୁ ହାରି ଯାଇଥିଲେ। ସେହିପରି ମିକ୍ସଡ ଡବଲ୍ସରେ ପତିପତ୍ନୀ ଯୋଡ଼ି ଏନ୍ ସିକ୍କି ରେଡ୍ଡୀ ଓ ବି ସୁମିତ ରେଡ୍ଡୀ ୧୨-୨୧, ୧୪-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜିଆନ ଝେନ୍ ବାଙ୍ଗ ଓ ୱେଇ ୟାନ୍ ଜିନ୍ଙ୍କଠୁ ପରାସ୍ତ ହୋଇଥିଲେ। ମହିଳା ସିଙ୍ଗଲ୍ସରେ ଅର୍କଶୀ କାଶ୍ୟପ ୧୭-୨୧, ୧୨-୨୧ରେ ଚାଇନିଜ୍ ତାଇପେର ୟୁ ପୋ ପାଇଙ୍କଠୁ ହାରିଯାଇଥିଲେ।

Govt

Comments are closed.