ଦିଲ୍ଲୀ: ଅଗଷ୍ଟ ୩୧: ସୋସିଆଲ ମିଡିଆରେ ସବୁବେଳେ ଅନେକ ଘଟଣା ଭାଇରାଲ ହୋଇଥାଏ । ସେହିଭଳି ଆଜିକାଲି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଜଣେ ଆଇଏସ୍ ଅଫିସର ପରିବା ବିକୁଛନ୍ତି । ଫଟୋଟି ଫେସ୍ବୁକ୍ରେ ଭାଇରାଲ ହେବାପରେ ଲୋକମାନେ ଏହା ପଛର କାରଣ ଜାଣିବାକୁ ଚାହିଁଥିଲେ । ତେବେ ଏହା ପଛର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସେହି ଅଫିସର୍ ଜଣଙ୍କ କୌଣସି କାମରେ ସେହି ଗ୍ରାମକୁ ଯାଇଥିଲେ । ଯିବା ସମୟରେ ସେ କିଛି ପରିବା ଆଣିବାକୁ ଏକ ଦୋକାନକୁ ଯାଇଥିଲେ । ହେଲେ ଏକ ବୃଦ୍ଧା ଯିଏ ସେହି ଦୋକାନର ମାଲିକ ତାଙ୍କୁ ଟିକେ ଦୋକାନ ଜଗିବାକୁ କହିଥିଲେ । କାରଣ ବୃଦ୍ଧାଙ୍କୁ ନିଜର ପିଲାକୁ ଦେଖିବାକୁ କିଛି ସମୟ ପାଇଁ ବାହାରକୁ ଯିବାର ଥିଲା । ଏହାପରେ ଆଇଏଏସ୍ ଜଣଙ୍କ ସେହି ପରିବା ଦୋକାନରେ ବସି କିଛି ସମୟ ପାଇଁ ପରିବା ବିକିଥିଲେ । ତାଙ୍କର ଜଣେ ସାଙ୍ଗ ଏହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ, ଯାହା ପରେ ଭାଇରାଲ ହେବାରେ ଲାଗିଥିଲା । ଏହି ଅଫିସରଙ୍କ ନା ହେଲା ଅଖିଲେଶ୍ ମିଶ୍ର ଏବଂ ସେ ଉତ୍ତରପ୍ରଦେଶର ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟରତ । ତେବେ ଅଫିସ୍ରଙ୍କର ଏଭଳି ମାନବିକତାକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି ।
Comments are closed.