ଅପରେସନ କାବେରୀ ଅଧୀନରେ ୫୦୦ରୁ ଅଧିକ ଭାରତୀୟ ସୁଦାନ ଛାଡ଼ିଲେଣି

ନୂଆଦିଲ୍ଲୀ : ସୁଦାନ ହିଂସା ଜାରି ରହିଛି। ସୁଦାନ ସେନାବାହିନୀ ପକ୍ଷରୁ ଘୋଷଣା ହୋଇଥିବା ୭୨ ଘଣ୍ଟାର ଅସ୍ତ୍ରବିରତି ବିଫଳ ହୋଇଛି। ବିମାନ ଆକ୍ରମଣ ସହ ପୁନର୍ବାର ଲଢ଼େଇ ସୁଦାନରେ ଉଦ୍ଧାର କାର୍ଯ୍ୟକୁ ଜଟିଳ କରିଦେଇଛି। ଇତି ମଧ୍ୟରେ ଅପରେସନ କାବେରୀ ଅଧୀନରେ ୫୦୦ରୁ ଅଧିକ ଭାରତୀୟ ସୁଦାନ ଛାଡ଼ିଲେଣି। ବୁଧବାର ଦିନ ବାୟୁସେନାର ସି-୧୩୦ଜେ ବିମାନରେ ତୃତୀୟ ବ୍ୟାଚରେ ୧୩୫ ଭାରତୀୟ ସୁଦାନ ଛାଡ଼ିଛନ୍ତି । ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲିଧରନ ଦ୍ବିତୀୟ ବ୍ୟାଚ୍ରେ ସୁଦାନ ଛାଡ଼ିଥିବା ୧୪୮ ଭାରତୀୟଙ୍କୁ ଜେଦାହ ବିମାନବନ୍ଦରରେ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆଇଏନଏସ ସୁମେଧା ନୌସେନା ଜାହାଜରେ ୨୭୮ ଭାରତୀୟ ଜେଦାହ ବନ୍ଦରରେ ପହଞ୍ଚି ସାରିଛନ୍ତି। ଅପରେସନ କାବେରୀ ଅଧୀନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ବିଦେଶବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୁଦାନରେ ୧୨ ଦିନ ଧରି ଲଢ଼େଇ ଜାରି ରହିଛି। ସୁଦାନ ହିଂସାରେ ୪୫୯ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୪ ହଜାର ଲୋକ ଆହତ ହୋଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.