ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଦିବସ

ପ୍ରତିବର୍ଷ ଜୁନ୍‌ ୨୩ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଦିବସ । ସୂଚନା ଅନୁସାରେ ୧୮୯୪ ମସିହା ଜୁନ୍‌ ୨୩ରେ ପ୍ରଥମଥର ପାଇଁ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟିର ଗଠନ କରାଯାଇଥିଲା । ତେଣୁ ଏହି ଦିନକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ବିଭିନ୍ନ ସ୍ଥାନରେ ଅଲିମ୍ପିକ୍‌ରେ ଖେଳାଯାଉଥିବା ଖେଳର ଆୟୋଜନ କରାଯାଇଥାଏ । ଯାହା ସାହାଯ୍ୟରେ ଏହି ସମସ୍ତ ଖେଳ ବିଷୟରେ ଜନସାଧାରଣ ସଚେତନ ହୋଇ ପାରିବେ । ଏଥିରେ ବିଶେଷ ଭାବେ ଏକ ଅଲମ୍ପିକ ରନ୍‌ର ଆୟୋଜନ କରାଯାଇଥାଏ । ଯେଉଁଥିରେ ଅନେକ ଲୋକ ସାମୂହିକଭାବେ ଭାଗ ନେଇଥାଆନ୍ତି । ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି ଗଠନର ଗୋଟିଏ ଉଦ୍ଦେଶ୍ୟଥିଲା ଯାହା ଲୋକଙ୍କୁ ବିଭିନ୍ନ ପ୍ରକାର ଅଲିମ୍ପିକ ଖେଳ ସମ୍ବନ୍ଧରେ ଜଣାଇବା । ପ୍ରତିବର୍ଷ ଏହି ଦିବସ ପାଇଁ ବିଭିନ୍ନ ପ୍ରକାରର ଥିମ୍‌ର ଆୟୋଜନ କରାଯାଇଥାଏ, ଯାହାକୁ ମାନି ଏହି ଦିବସ ପାଳନ ହୋଇଥାଏ ।

Govt

Comments are closed.