ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜିଠାରୁ ହରାରେ ସ୍ପୋର୍ଟ୍ସ କ୍ଲବ୍ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁଯାଉଛି । ନିକଟରେ ଜିମ୍ବାେୱ ଦଳ ବାଂଲାଦେଶ ବିପକ୍ଷରେ ଐତିହାସିକ ଦିନିକିଆ ଶୃଙ୍ଖଳା ଜିତିଥିଲା । ଏହି ଶୃଙ୍ଖଳାରେ ଜିମ୍ବାେୱର ସିକନ୍ଦର ରାଜାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା ।

ତେଣୁ ଭାରତ ବିପକ୍ଷ ଶୃଙ୍ଖଳାରେ ଭଲ ଲୟରେ ଥିବା ଅଭିଜ୍ଞ ଓ ନବାଗତଙ୍କ ଏକ ସ;ୁଳିତ ମିଶ୍ରଣ ଜିମ୍ବାେୱ ଦଳ ଦେଖିବାକୁ ମିଳିବ । ଏସିଆ କପ୍ ପାଇଁ ଜିମ୍ବାେୱ ଗସ୍ତ କରିଥିବା ଭାରତୀୟ ଦଳରେ ପ୍ରମୁଖ ସାମିଲ କରାଯାଇନାହିଁ । ଲୋକେଶ ରାହୁଲ ଦଳର ନେତୃତ୍ୱ ନେବେ । ତେଣୁ ଘରୋଇ ଜିମ୍ବାେୱ ଭାରତୀୟ ଦଳକୁ କଡ଼ା ଟMର ଦେବା ପାଇଁ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଗୁରୁବାର ଭାରତୀୟ ସମୟ ଅପରାହ@ ୧୨.୪୫ରେ ଆରମ୍ଭ ହେବ । ମ୍ୟାଚର ସିଧାପ୍ରସାରଣ ସୋନୀ ନେଟୱର୍କରେ ହେବ ।
ହରାରେ ଷ୍ଟାଡିୟମ୍ରେ ଗତ ୫ଟି ମ୍ୟାଚର ଫଳାଫଳ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ସପକ୍ଷରେ ଯାଇଛି । ୫ଟି ମ୍ୟାଚରୁ ଥରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ୪ଥର ବୋଲିଂ ନିଷ୍ପତ୍ତି ନେଇଥିବା ଦଳ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଦଳୀୟ ସ୍କୋର ୨୫୦ ମଧ୍ୟରେ ରହିବ ।

ଜିମ୍ବାେୱ ଦଳରେ ଇଞ୍ଜରୀ ସମସ୍ୟା ମଧ୍ୟ ଗମ୍ଭୀର ରହିଛି । କ୍ରେଗ ଏରଭିନ୍ ସିନୱିଲିୟମ୍ସ ଓ ବ୍ଲେସିଂ ମୋଜାରବନୀ ଇଞ୍ଜୁରୀ କାରଣରୁ ଶୃଙ୍ଖଳା ଖେଳି ନପାରନ୍ତି । ଲୋକେଶ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ । ୱାଶିଂଟନ୍ ସୁନ୍ଦର ଆହତ ହୋଇ ଏହି ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସାହାବାଜ ଅହମ୍ମଦଙ୍କୁ ସାମିଲ କରାଯାଇଛି ।

ସମ୍ଭାବ୍ୟ ଜିମ୍ବାେୱ ଦଳ: ତାକୁଜ୍ୱାନସି କାଇଟାନୁ, ତାଡିୱାନ ସି, ମରୁମାମି, ଇନୋସେଣ୍ଟ କାୟା, ୱିସଲି ମାଦେଭେରେ, ରେଗିସ୍ ଚକାଭ (ଅଧିନାୟକ), ସିକନ୍ଦର ରାଜା, ଟୋନି ମୁନୟୋନଗା, ରିଆନ ବ୍ରୁଲ, ଲୁକେ ଜଙ୍ଗୱି ରିଚାର୍ଡ ଗାରାଭା, ଡୋନାଲï ତିରିପାନୋ ।

ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ, ଲୋକେଶ ରାହୁଲ (ଅଧିନାୟକ), ଶୁଭମନ ଗିଲ, ଇଶାନ କିଷାନ, ସଞ୍ଜୁ ସାମସନ, ଦୀପକ ହୁଦା, ଅକ୍ଷର ପଟେଲ, ଦୀପକ ଚହର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ।

 
			 
						
Comments are closed.