ଓଭରବ୍ରିଜ୍‌ ତଳକୁ ଖସି ଯୁବକ ଗୁରୁତର

0

କଟକ : ମହାନଦୀ ପଠାରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର ଇ ଯୁବକଙ୍କୁ ଉଦ୍ଧାର କରିଛି ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ । ତାଙ୍କ ନାଁ ସତୀଶ ରାଉତ ଏବଂ ଘର ଛତିଆ ଅଞ୍ଚଳରେ ବୋଲି ଜଣ ପଡିଛି । ତେବେ ସତୀଶ ରାଉତ ମହାନଦୀ ଉପରେ ଯାଉଥିବାବେଳେ ଏକ ଟ୍ରକ୍ ସାଇଡ୍ ମାରିବାରୁ କଟକ ମହାନଦୀ ଓଭରବ୍ରିଜ୍‌ ଉପରୁ ନଦୀ ବାଲିକୁ ଖସିପଡ଼ିଲେ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ଗୁରୁବାର ଭୋର ୪ ଟାରେ ସତୀଶ ନିଜ ବାଇକରେ କଟକରୁ ଛତିଆ ଅଭିମୁଖେ ଯାଉଥିଲେ । ଏତିକି ବେଳେ ଏକ ଟ୍ରକ୍ ସାଇଡ୍‌ ମାରିବାରୁ ସେ ନଦୀ ଭିତରକୁ ଖସି ପଡ଼ିଥିଲେ । ଏସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.