ବଲାଙ୍ଗୀର : ଉଭେଇଗଲା ନିମିଷକେ ର ଖୁସି I ଖୁସି ହୋଇ ମିନବଜାର ଦୋଳିରେ ବସିଥିଲେ I ହେଲେ ଭାଗ୍ୟର ବିଡମ୍ବନା ସେହି ମିନବଜାର ଦୋଳିରୁ ପଡି ଯୁବକଙ୍କ ମୃତ୍ୟୁ ଘଟିଛି I ଯୁବକ ଜଣକ ହେଲେ ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ତୁରେକେଲା ଗାଁ ର ଦେବରାଜ ସାହୁ I ତାଙ୍କର ବୟସ ୩୮ ବର୍ଷ I ସେ ସ୍ଥାନୀୟ ଅଂଚଳରେ କୁକୁଡ଼ା ବ୍ୟବସାୟ କରନ୍ତି I
ସୂଚନାନୁସାରେ ପ୍ରଥମଥର ପାଇଁ ତୁରେକେଲା କାର୍ତ୍ତିକ ପୁର୍ଣିମା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ମିନବଜାର ଆକାଶ ଦୋଳି ଲାଗିଛି I ସ୍ଥାନୀୟ ଅଂଚଳର କୁକୁଡ଼ା ବ୍ୟବସାୟୀ ଦେବରାଜ ସାହୁ କମିଟି ସଦସ୍ୟ ଥିଲେ ଇ ପ୍ରଥମ ଦିନରେ ସେ ଦୋଳିରେ ବସି ବୁଲୁଥିବା ସମୟରେ କୌଣସି କାରଣରୁ ହଠାତ ଦୋଳିରୁ ଖସିପଡିଥିଲେ I ତାଙ୍କୁ ପୂଜା କମିଟିର ଅନ୍ୟ ସଦସ୍ୟମାନେ ତୁରନ୍ତ ତୁରକେଲା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପୋଲିସ୍ ମାମଲାକୁ ନେଇ ତଦନ୍ତ କରୁଛି ।

Comments are closed.