ଜଟଣୀ : ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଘଟଣା ଘଟିଛି ଜଟଣୀ ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳରେ । ମୃତକଙ୍କ ନାଁ ସୌମ୍ୟରଞ୍ଜନ ଦାସ । ତାଙ୍କ ଘର ଜଟଣୀ ଅଞ୍ଚଳରେ । ୩ମାସ ହେବ ତାଙ୍କୁ ଉକ୍ତ ନିଶା ମୁକରି କେନ୍ଦ୍ରରେ ଭର୍ତି କରାଯାଇଥିଲା । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ପଚରାଉଚରା କରୁଛି ।
ସୌମ୍ୟରଞ୍ଜନ ଇଞ୍ଜିନିୟରିଂ ପାଠ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ କରୁଥିବାବେଳେ ଅବସାଦରେ ରହୁଥିବାରୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
