ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଅଘଟଣ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ହେଉଛନ୍ତି ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ପାତ୍ର । ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଏନେଇ ସମ୍ପୃକ୍ତ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାନୁସାରେ,କଟକଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ର (୨୮)ଙ୍କୁ ଅଗଷ୍ଟ ୨୯ ରେ ଭରତପୁର ସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଖବର ଦିଆଯାଇଥିଲା । ମାତ୍ର ପରିବାର ଲୋକ କେନ୍ଦ୍ର ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Govt

Comments are closed.