ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ମାଳ ମାଳ ପୋଲିସ (JTP) ମୁତୟନ ସତ୍ତ୍ୱେ ଆଜି ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିଗଲେ ଯୁବକ । ଉତ୍ତରପ୍ରଦେଶର ମନୋଜ ସିଂ ନାମକ ଜଣେ ଯୁବକ ନୃସିଂହ ମନ୍ଦିର ଦେଇ ପ୍ରାୟ ୫ ଫୁଟ ଉପରକୁ ଚଢ଼ୁଥିବା ବେଳେ ତାଙ୍କୁ କାବୁ କରି ତଳକୁ ଆଣିଲେ ସୁରକ୍ଷାକର୍ମୀ। ଶ୍ରୀମନ୍ଦିର ଗାରଦରେ ସମ୍ପୃକ୍ତ ଭକ୍ତଙ୍କୁ ରଖାଯାଇଛି ଅଟକ।
ସେହିପରି ଗତକିଛି ଦିନ ତଳେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିହାରର ଜଣେ ବ୍ୟକ୍ତିବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ( JTP )ହାତରେ ଧରାପଡିଥିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଥିଲା ।
