ଭୁବନେଶ୍ୱର : ହୋଟେଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା । ଜଗମରା ସ୍ଥିତ ଏକ ଓୟୋ ହୋଟେରେ ଏହି ଘଟଣା ଘଟିଛି । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ର ସୋନାଲୀ ମହାପାତ୍ର । ସେ ଭୁବନେଶ୍ୱରରେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ହୋଟେଲରୁ ତାଙ୍କ ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନାନୁସାରେ,ବୁଧୁବାର ସକାଳେ ସୋନାଲି ଭୁବନେଶ୍ବର ଜାଗମରା ସ୍ଥିତ ପଞ୍ଚଶଖାନଗରରେ ଥିବା ଏକ ଓୟୋ ହୋଟେଲ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ସହ ବାଇକ୍ ଯୋଗେ ଯାଇଥିଲେ । ହୋଟେଲର ତୃତୀୟ ମହଲରେ ଥିବା ଏକ ରୁମ୍ ବୁକ୍ କରିଥିଲେ । ଦିନ ତମାମ ହୋଟେଲରେ ଥିଲେ । ବିଳମ୍ବିତ ରାତିରେ ଦୁଇ ଜଣ ଛାତ ଉପରକୁ ଯାଇଥିବାବେଳେ ସୋନାଲୀ ହଠାତ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ ।
ହୋଟେଲ କର୍ମଚାରୀଙ୍କ ଏ ନେଇ ଜାଗମରା ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ମୃତ ଦେହକୁ ଜବତ କରିଛି । ପୋଲିସ ସୋନାଲୀଙ୍କୁ ପରିବାରକୁ ଖବର ଦେଇଛି । ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କର କୌଣସି ହାତ ରହିଛି ସେ ନେଇ ତଦନ୍ତ ଜାରି ରଖିଛି ଜାଗମରା ପୋଲିସ । ତେବେ ପୋଲିସ ପୁରୁଷବନ୍ଧୁଙ୍କୁ ପଚରାଉଚରା କରିବାରୁ ଜଣାପଡିଛି ଯେ, ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଆସନ୍ତା ମାସରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା । କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

Comments are closed.