ଅଖିଳେଶଙ୍କ ଅସଭ୍ୟ ବୟାନରେ ହସ୍ତକ୍ଷେପ କଲେ ୟୋଗି

ଲକ୍ଷ୍ନୌ: ମଇ: ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମନ୍ତବ୍ୟ, ବିରୋଧୀ ଦଳର ନେତା ଅଖିଳେଶ ଯାଦବଙ୍କୁ ଉତ୍ତ୍ୟକ୍ତ କରାଇବାରୁ ବିଧାନସଭାରେ ବିଜେପି ଏବଂ ସମାଜବାଦୀ ପାର୍ଟି ସଦସ୍ୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ । ଏଥିରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ବିଧାନସଭା ଚାଲିବା ବେଳେ ଅସଭ୍ୟ କଥା ଓ ଧମକଚମକ ଦେବା ଅନୁଚିତ । ଏହା ଗୋଟାଏ ମନ୍ଦ ଧାରା ସୃଷ୍ଟି କରିବ । ରାଜ୍ୟପାଳଙ୍କ ଉଦବୋଧନ ସଂକ୍ରାନ୍ତ ବିତର୍କରେ ଅଂଶ ଗ୍ରହଣ କରି ଗୃହରେ ଭାଷଣ ଦେବା ବେଳେ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଲେ, ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ହୋଇଥିବା କାର୍ଯ୍ୟାବଳିଗୁଡ଼ିକୁ ଅଖିଳେଶ ଯାଦବ ପ୍ରଶଂସା କରୁଛନ୍ତି ।

ଯଦି ତାଙ୍କ କାର୍ଯ୍ୟାବଳି ସବୁ ଏଡ଼େ ଭଲ ର୍ନିବାଚନରେ ଜନସାଧାରଣ ସମାଜବାଦୀ ପାର୍ଟିକୁ ମୂଳପୋଛ କରି ଦେଇ ନଥାନ୍ତେ । ଆପଣାର ୫ ବର୍ଷିଆ ପାଳିରେ ହାସଲ କରିଥିବା କୃତିତ୍ୱକୁ ବଖାଣି ବଖାଣି ବିରୋଧୀ ଦଳ ନେତା ଅବସନ୍ନ ହୋଇଯାଉ ନାହାନ୍ତି । ଆପଣଙ୍କୁ କି ରୋଗ ହୋଇଛି? ଯଦି କିଛି ରୋଗ ହୋଇଛି, ମୋ ମତରେ ପରୀକ୍ଷା କରାଇ ନିଅ;ୁ । ତାଙ୍କ ଇଚ୍ଛା ଅନୁସାରେ, ଯେକୌଣସି ସ୍ଥାନରେ ଉପଯୁକ୍ତ ଚିକିତ୍ସା କରା;ୁ । ସବୁ ଯୋଜନାରେ ସମାଜବାଦୀ ପାର୍ଟିର ଷ୍ଟିକର୍‌ ମାରିବା ରୋଗରୁ ସୁସ୍ଥ ହୁଅ;ୁ ବୋଲି ମୌର୍ଯ୍ୟ କହିଥିଲେ । ୫ ବର୍ଷ ହେବ କ୍ଷମତାରେ ନାହଁ । ଆଉ ୫ ବର୍ଷ ବି କ୍ଷମତାରେ ରହିବ ନାହିଁ । ଆଉ ୨୫ ବର୍ଷ ପରେ ଯାଇ ଆପଣ କ୍ଷମତାକୁ ଫେରିବାର କିଛି ସମ୍ଭାବନା ହୋଇପାରେ । ଏକ୍ସପ୍ରେସ୍‌ େୱ, ମେଟ୍ରୋ ଆଦି କିଏ କରିଛି? ମନେହୁଏ ସେଫାଇରେ ଥିବା ଆପଣଙ୍କ ଜମି ବିକ୍ରି ଟଙ୍କାରେ ଏ ସବୁ ତିଆରି ହୋଇଛି ।

ମୌର୍ଯ୍ୟଙ୍କର ଏଭଳି ଆକ୍ଷେପରେ ଉତ୍ତ୍ୟକ୍ତ ହୋଇ ଅଖିଳେଶ ଯାଦବ ପ୍ରତିବାଦ କରିବାରୁ ସମାଜବାଦୀ ପାର୍ଟିର ସଦସ୍ୟମାନେ ତାଙ୍କୁ ସମର୍ଥନ କରିଥିଲେ । ଅଖିଳେଶ ଯାଦବ ଚିତ୍କାର କରିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ତକ୍ଷେପ କରି କହିଲେ, ଜଣେ ସମ୍ମାନିତ ନେତାଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିବା ଅନୁଚିତ । ଉତ୍ତେଜିତ ନ ହେବାକୁ ମୁଁ ସବିନୟ ବିରୋଧୀ ଦଳର ନେତାଙ୍କୁ କହୁଛି । ଏଇଟା ସେଫାଇ କଥା ନୁହେଁ । ଆମେ ସରକାରରେ ଥିବାରୁ ହେଉଥିବା ବିକାଶମୂଳକ କାର୍ଯ୍ୟ ଏବଂ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ କରିବା ହେଉଛି ଆମର କର୍ତ୍ତବ୍ୟ । ଆପଣାର ସାଫଲ୍ୟ ବଖାଣିବା ଲାଗି ସରକାରଙ୍କର ଅଧିକାର ଅଛି । ଉପମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି, ଆମେ ତାହା ଶୁଣିବା ଉଚିତ । କି;ୁ, ଏଭଳି ଚିତ୍କାର କରିବା ଅନୁଚିତ ।

Comments are closed.