ଯୋଗେଶ ବହାଦୁର ଖୁରାନିଆ ହେଲେ ପୋଲିସ ଡିଜି

ଭୁବନେଶ୍ୱର : ଭୁବନେଶ୍ୱର : ଘୋଷଣା ହେଲା ନୂଆ ପୋଲିସ ଡିଜି I ୧୯୯୦ ବ୍ୟାଚ ଆଇପିଏସ ଆଫସର ଯୋଗେଶ ବହାଦୁର ଖୁରାନିଆ I ସେ ପୂର୍ବରୁ ପୋଲିସ କମିଶନର ଥିଲେ I ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଖୁରାନିଆ I ବିଏସଏଫ ସ୍ପେଶାଲ ଡିଜି ଭାବରେ କାର୍ଯ୍ୟକାରୀ ଫେରିଛନ୍ତି ଖୁରାନିଆ I ଖୁରନିଆଙ୍କ ଡିଜିପି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

ଓଡ଼ିଶା କ୍ୟାଡ଼ର ଆଇପିଏସ୍‌ ଶ୍ରୀ ଖୁରାନିଆ ରାଜ୍ୟର ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ସେହିପରି କଟକ–ଭୁବନେଶ୍ୱର ପୁଲିସ କମିଶନର ଏବଂ ଦକ୍ଷିଣ ଓ ଉତ୍ତରାଞ୍ଚଳ ଡିଆଇଜି, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।

Govt

Comments are closed.