ପୁରୀ: ଅପ୍ରେଲ ୦୭: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ତାଙ୍କ ବାଲୁକା କଳାରେ ସମାଜକୁ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ଏଥିରେ ସମସ୍ତଙ୍କୁ ଯୋଗ, ବ୍ୟାୟାମ କରିବା ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ୭ଘଣ୍ଟା ସମୟ ଲାଗିଥିବା ଏହି ୧୮ ଫୁଟ ଚଉଡାର ବାଲୁକା କଳାରେ ୧୫ଟନ୍ ବାଲି ବ୍ୟବହାର କରାଯାଇଛି । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷର ଶ୍ଳୋଗାନ ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ ରହିଛି । ୧୯୪୮ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତି ବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଇଆସୁଛି ।ଅନ୍ୟପକ୍ଷେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ସାମିଲ ହୋଇଥିଲେ ।

Comments are closed.