ଜମନକିରା : ଗୟଲମୁଣ୍ଡି ଗ୍ରାମର ଏକ ପଡ଼ାରେ ପାନୀୟଜଳର ଘୋର ଅଭାବ ଦେଖାଯାଇଛି । ପାଣି ବୁନ୍ଦାଏ ପିଇବା ପାଇଁ ପଡ଼ାର ମହିଳା ଓ ଝିଅମାନେ ୧ କିଲୋମିଟର ଚାଲି ଚାଲି ଦୂର ନଳକୂପରୁ ପାଣି ଆଣୁଛନ୍ତି । ଖରାଦିନ ଆସିବା କାରଣରୁ ଏହି ସମସ୍ୟା ଉତ୍କଟ ରୂପ ନେଇଛି । ପ୍ରତ୍ୟେକ ଦିନ ଖରାରେ ଚାଲି ଚାଲି ମହିଳାମାନେ ପାଣି ଆଣୁଛନ୍ତି । ଅନ୍ୟପକ୍ଷରେ, ଖରା ଯୋଗୁଁ ସେହି ଦୂର ନଳକୂକ ମଧ୍ୟ ଶୁଖିବାକୁ ବସିଲାଣି ।
ସୂଚନା ଅନୁସାରେ, ଫାଶୀମାଲ ପଞ୍ଚାୟତ ଗୟଲମୁଣ୍ଡି ଗ୍ରାମର ଏକ ପଡ଼ାରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ବିଭିନ୍ନ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ବାସ୍ତବତା ଦିଗରେ ବିଭାଗୀୟ ଅଧିକାରୀ ଅବହେଳା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସୂଚନା ଯେ, ଜମନକିରା ବ୍ଲକ ଫାଶୀମାଲ ଗୟଲମୁଣ୍ଡି ଗ୍ରାମର ଏକ ପଡ଼ା, ଯେଉଁଠି ୧୪ ରୁ ୧୫ ଘର ପରିବାର ତଥା ଜନସଂଖ୍ୟା ପ୍ରାୟ ୬୦ ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ପଡ଼ାରେ ପାନୀୟ ଜଳର ସମସ୍ୟା ଉତ୍କଟ ହୋଇପଡିଛି । ଏହା ସ୍ଥାନୀୟ ନିତିଦିନିଆ ସମସ୍ୟାର ରୂପ ନେଇଛି । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ସେମାନେ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ବାରମ୍ବାର ନଳକୂପ ଟିଏ ପାଇଁ ପଡାରେ ଏକ ନଳକୂପ ବସାଇଦେବାକୁ ଗୁହାରି କରିଥିଲେ ହେଁ, ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ।
ଅନ୍ୟପକ୍ଷରେ, ଏହି ପଡ଼ାବାସୀ ସବୁଦିନ ପାଣି ଟୋପାଏ ପାଇଁଁ ୧ କିମି ରାସ୍ତାଦେଇ ଏକମାତ୍ର ଦୂରରେ ଥିବା ନଳକୂପକୁ ପାଣି ଆଣିବା ପାଇଁ ଯାଆନ୍ତି । ଘରକୁ କିଏ କୁଣିଆ ଆସ;ୁ ବା ପରିବାରରେ କିଏ ରୋଗ ଆକ୍ରାନ୍ତରେ ପଡ଼;ୁ, ତାହେଲେ ତାଙ୍କ ପାଇଁ ଗାଧୋଇବା, ପିଇବା ପାଇଁ ବାରମ୍ବାର ୧ କିମି ରାସ୍ତାଚାଲି ସେହି ନଳକୂପକୁ ଯିବାକୁ ପଡିଥାଏ ବୋଲି ପଡାବାସୀ କହିଛନ୍ତି । ହେଲେ ଏବେ ଦିନକୁ ଦିନ ଖରା ବଢିବା ସାଙ୍ଗକୁ ପାନୀୟ ଜଳର ଆବଶ୍ୟକତା ପଡୁଛି । ପୁଣି ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଯୋଗୁଁ ଭୁମଣ୍ଡଳ ଉତ୍ତପ୍ତ ହୋଇ ଭୂଗର୍ଭର ଜଳ ସ୍ରୋତ କମିବାକୁ ଲାଗିଛି । ବେଳେ ବେଳେ ବହୁ ପରିଶ୍ରମ କରିବାପରେ ନଳକୂପରୁ ପାଣି ପାଉଥିବା ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି ।
ନଳକୂପକୁ ନେଇ ଗ୍ରାମର ନମିତା ଲୁହରା କହନ୍ତି ଯେ, ଆମେ ପ୍ରତ୍ୟେହ ୧କିମି ରାସ୍ତାଦେଇ ପାଣିର ଆବଶ୍ୟକତା ପୂରଣ ପାଇଁ ରାତି ଅଧରେ ପାଣି ପାଇଁ ଯାଇଥାଉ । ଅନେକ ସମୟରେ ରାତ୍ରି ସମୟର ବନ୍ୟଜ;ୁର ମଧ୍ୟ ଭୟ ରହିଥାଏ । ତେଣୁ ସରକାରଙ୍କୁ ଅନୁରୋଧ ତୁରନ୍ତ ଏଠି ଏକ ନଳକୂପ ବସାଯାଉ ।

Comments are closed.