ସୋସିଆଲ ମିଡ଼ିଆରୁ କିଛି ସମୟ ବିରତ ରୁହନ୍ତୁ ମହିଳା – ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

0

ଭୁବନେଶ୍ୱର : ରିଲ୍ସ ଓ ସୋସିଆଲ ମିଡ଼ିଆ, ମୋବାଇଲଠୁ କିଛି ସମୟ ବିରତି ନିଅନ୍ତୁ ମହିଳା । ଏଭଳି କିଛି ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ସୋସିଆଲ ମିଡିଆ ବଢ଼ାଉଛି ଘରୋଇ ହିଂସା । ଆଜି ରାଜ୍ୟସ୍ତରୀୟ ମହିଳାଙ୍କ ସୁରକ୍ଷା ଅଧିନିୟମ – ୨୦୨୫, ଏବଂ ଯୌତୁକ ନିଷେଧ ଅଧିନିୟମ – ୧୯୬୧ ,ପ୍ରଶିକ୍ଷଣ ଶିବିରରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ, ସୋସିଆଲ ମିଡିଆ ଓ ମୋବାଇଲଠାରୁ କିଛି ସମୟ ମହିଳା ବିରତି ନିଅନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ, ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର । ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ୍ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Govt
Leave A Reply

Your email address will not be published.