ଶ୍ରୀମନ୍ଦିର ନିକଟରେ ମହିଳା ଭକ୍ତଙ୍କୁ ମାଡ଼, ଜଣେ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ମହିଳାଙ୍କର ମୁଣ୍ଡ ଫାଟିଯିବାରୁ ଚିକିତ୍ସା ସକଶେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ନାମ ପ୍ରଶାନ୍ତ ଦଳେଇ ।

Woman devotee thrashed by police at Puri Jagannath Temple

ଘଟଣା କ୍ରମେ , ବ୍ରହ୍ମପୁରର ଧନଞ୍ଜୟ ଦାସଙ୍କ ପନିୀ ମାଧୁରୀ ଦାସ(୬୫) ଆଜି ସକାଳୁ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ । ତେବେ କୌଣସି କାରଣରୁ ଜଣେ ପୋଲିସ କର୍ମଚାରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଜଣକ ମାଧୁରୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି । ପରେ ସିଂହଦ୍ୱାର ଥାନା ପୋଲିସ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖିବାପରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଳ ସିଂହ ତାଙ୍କୁ ସସପେଣ୍ଡ କରିଛନ୍ତି । ଖବର ପାଇ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Govt

Comments are closed.