ହାଇଦ୍ରାବାଦ : ରାସ୍ତା କଡ଼ରେ ମୋମୋ ଖାଇବା ହେଲା କାଳ । ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହିତ ୫୦ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ତେଲଙ୍ଗାନାର ହାଇଦ୍ରାବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୋମୋ ଖାଇ ଅସୁସ୍ଥ ହେବା ପରେ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ନାଁ ରେଶମା ବେଗମ । ତେବେ ମୋମୋ ଖାଇ ତାଙ୍କ ଝିଅ ମଧ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ରବିବାର ରେଶମା ବେଗମ୍ ଏବଂ ଅନ୍ୟ କେତେଜଣ ଲୋକ ନନ୍ଦିନଗରରେ ଥିବା ‘ଦିଲ୍ଲୀ ମୋମୋଜ୍’ ନାମକ ଫୁଡ୍ ଷ୍ଟଲରୁ ମୋମୋ ଖାଇଥିଲେ । ପ୍ରାୟ ୩ ମାସ ତଳେ ବିହାରରୁ ଆସିଥିବା ଜଣେ ଯୁବକ ନିଜର ୫ ଜଣ ସାଙ୍ଗଙ୍କ ସହ ମିଶି ଏଠାରେ ଷ୍ଟଲ ପକାଇଥିଲେ । ଏହି ଘଟଣା ପରେ ତେଲେଙ୍ଗାନା ପୋଲିସ ଫୁଡ ଷ୍ଟଲରେ ପହଞ୍ଚି ଯାଞ୍ଚ କରୁଛି ।

Comments are closed.