ଅନୁଗୁଳ : ଆତ୍ମାହୁତି ଉଦ୍ୟମ କଲେ ପୁଣି ଜଣେ ମହିଳା । ପାରିବାରିକ କଳହକୁ ନେଇ ନିଜକୁ ପେଟ୍ରୋଲ ଢାଳି ଜଳିବାକୁ ଉଦ୍ୟମ କରିଥିଲେ ମହିଳା । ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଜଳିଯାଇଛି । ଗୁରୁତର ମହିଳା ହେଲେ ସାବିତ୍ରୀ ଗୋଚ୍ଛାୟତ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାଣପୁର ଗାଁରେ ଘଟିଛି ଅଘଟଣ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଅନୁଗୁଳ ଡାକ୍ତରଖାନା ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
