ପଶୁପକ୍ଷୀଙ୍କ ଭାଷା ବୁଝିପାରିବ ମଣିଷ

ସାଇନ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଆସିବା ପରେ ଦୁନିଆ ପରିବର୍ତ୍ତନଶୀଳ ହୋଇଯାଇଛି । ଡାଟା ସାଇନ୍‌ସ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସହାୟତାରେ ମଣିଷ ବିଭିନ୍ନ ଅସମ୍ଭବକୁ ସମ୍ଭବ କରିପାରିଛି । ଏବେ ମଣିଷ ପଶୁପକ୍ଷୀଙ୍କ ଭାଷାକୁ ବି ବୁଝି ପାରିବ । ବହୁ ଦିନରୁ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରି ଆସୁଥିଲେ । ଏବେ ବିଶ୍ୱର ଗବେଷକମାନେ ପଶୁପକ୍ଷୀଙ୍କ କଥାବାର୍ତ୍ତା ଶୁଣିବା ଓ ସେମାନଙ୍କ ସହ ବାର୍ତ୍ତାଳାପ କରିବା ଲାଗି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିର ଉପଯୋଗ କରିଛନ୍ତି ।

humans can understand the language of animals and birds

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିର ଅର୍ଥ ଏକ ମେସିନ୍‌ ମଧ୍ୟରେ ଚିନ୍ତା କରିବା ବା ବୁଝିବା କ୍ଷମତା ଏବଂ ନିଷ୍ପତ୍ତି ନେବାର କ୍ଷମତା ବିକଶିତ କରିବା । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିକୁ କମ୍ପ୍ୟୁଟର ସାଇନ୍ସର ସବୁଠାରୁ ଆଡଭାନ୍ସଡ୍‌ ଭର୍ସନ ବୋଲି ମନେ କରାଯାଏ । ଏହା ସହାୟତାରେ ଏପରି ଏକ ମସ୍ତିଷ୍କ ତିଆରି କରାଯାଏ ଯାହା ସହାୟତାରେ କମ୍ପ୍ୟୁଟର ମଣିଷ ପରି ଚିନ୍ତା କରିପାରିବ । ଏହି ଆଧାରରେ କମ୍ପ୍ୟୁଟର ପଶୁପକ୍ଷୀଙ୍କ ଭାଷା ବି ବୁଝିପାରିବ ।

humans can understand the language of animals and birds

ସାଇନ୍ସ ଅଫ୍‌ ଲାଇଫ୍‌: ହାଓ ଡିଟାଲ ଟେକ୍ନୋଲଜି ଇଜ୍‌ ବ୍ରିଙ୍ଗିଙ୍ଗ୍‌ ଅସ୍‌ କ୍ଲୋଜର ଟୁ ଦି ୱାଲïର୍ସ୍‌ ଅଫ୍‌ ଆନିମଲ୍‌ ଆଣ୍ଡ ପ୍ଲାଣ୍ଟ ନାମକ ଏକ ପୁସ୍ତକରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି । କଲୋମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର କରେନ୍‌ ୱାକର ଏହି ପୁସ୍ତକ ରଚନା କରିଛନ୍ତି । ୱାକର ପଶୁପକ୍ଷୀ ଓ ବୃକ୍ଷଲତାଙ୍କ ସହ ଭାବ ଆଦାନପ୍ରଦାନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରାୟୋଗର ରୂପରେଖ ପ୍ରସ୍ତୁତ କରିଛନ୍ତି ।

humans can understand the language of animals and birds

Comments are closed.