ସମ୍ବଲପୁର/ରେଢାଖୋଲ : ଦୀର୍ଘ ୧୩ ବର୍ଷର ସଂସାରକୁ ଗୋଡ଼ରେ ଆଡ଼େଇ ଦେଇଛନ୍ତି ଜଣେ ମହିଳା । ସେ ତାଙ୍କର ୪ କୁନି କୁନି ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଜଣେ ପର ପୁରୁଷର ହାତ ଧରି ଫେରାର ହୋଇ ଯାଇଛନ୍ତି । ସ୍ୱାମୀଙ୍କ କଥା ଛାଡ଼;ୁ, ଏବେ ମା’ ବିନା ଚାରି ଶିଶୁ ଅତି ଦୟନୀୟ ଅବସ୍ଥା କାଟୁଛନ୍ତି ଜୀବନ । ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ଏବେ ସେ କଅଁକ କାନ୍ଧରେ ପଡ଼ିଛି ସଂସାର ବୋଝ । ସେମାନେ ରୋଷେଇ କରିବା ସହ ପାଖ ନାଳରୁ ପାଣି ବୋହୁଛନ୍ତି । କଅଁଳ ବୟସରେ ସେମାନେ ମା’ ବିନା ଏକା ହୋଇ ଯାଇଛନ୍ତି । ରେଢାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଦáି ଗାଁରେ ଘଟିଛି ଏପରି ଘଟଣା ।
ଏହି ଗାଁରେ ରହୁଥିବା ଅଲେଖ ଭୋଇ ୧୩ ବର୍ଷ ତଳେ ଅନୂସୟା ନାମ୍ନୀ ମହିଳାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ୧୩ ବର୍ଷ ହେଲା ସେମାନଙ୍କ ସଂସାରର ରଥ ବେଶ ହସଖୁସିରେ ଚାଲିଥିଲା । ଅଲେଖ ଦିନ ମଜୁରିଆ ଭାବେ ଯାହା ବି ରୋଜଗାର କରୁଥିଲେ ପୂରା ପରିବାର ସେଥିରେ ଚଳୁଥିଲେ । ସେମାନଙ୍କର ୧୨,୯ ଓ ୩ ବର୍ଷୀୟ ୩ ଝିଅ ଓ ୬ବର୍ଷର ଗୋଟିଏ ପୁଅ ରହିଥିଲେ । ସବୁ କିଛି ଠିକ ଠାକ ଚାଲିଥିବା ବେଳେ ୨ ମାସ ତଳେ ସୁଖ ସଂସାର ଉପରେ ଘୋଟେଇ ଆସିଥିଲା କଳା ବାଦଲ । ଜଣେ ପର ପୁରୁଷ ଆସି ଅନୂସୟାଙ୍କୁ ତାଙ୍କ ପ୍ରେମର ଜାଲରେ ଫସାଇଥିଲେ । ସ୍ୱାମୀ ଓ ୪ ପିଲା ଥିଲେ ମଧ୍ୟ ଅନୂସୟା ପର ପୁରୁଷଙ୍କ ଆଗରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲା । ସେ ମଧ୍ୟ ତାଙ୍କ ପ୍ରେମରେ ପଡ଼ି ନିଜର ସୁନାର ସଂସାରକୁ ଗୋଡ଼ରେ ଆଡ଼େଇ ଦେଇଥିଲେ । ମାସେ ଧରି ଅନୂସୟାଙ୍କ ଚୋରାପୀରତି ଚାଲିଥିଲା । ହେଲେ ଏହାପରେ ଏହି ଚୋରପୀରତି ଭାଙ୍ଗିଥିଲା ବାଡ଼ । ପର ପୁରୁଷଙ୍କ ସହ ଫେରାର ହେବାକୁ ନିଷ୍ପତ୍ତି ନେଇଥିଲେ ଅନୂସୟା । ଏଥିପାଇଁ ପ୍ରସ୍ତୁତ କରିଥିଲେ ମିଛ ନାଟକ ।
ଭାଇ ଅନୁଗୁଳ ମେଡିକାଲରେ ପଡ଼ିଥିବାର ଆଳ ଦେଖାଇ ଘରୁ ବାହାରିଥିଲେ ଅନୂସୟା । ହେଲେ ସେବେଠାରୁ ଆଉ ସେ ଫେରି ନାହାନ୍ତି । ଜଣେ ପର ପୁରୁଷଙ୍କ ହାତ ଧରି ସେ ଫେରାର ହୋଇଥିବା କୁହାଯାଉଛି । ଅନୂସୟା ଏବେ କେଉଁଠି ସେକଥା କାହାକୁ ଜଣାନାହିଁ । କି;ୁ ମା’କୁ ନିଇତି ଖୋଜୁଛନ୍ତି ୪ ପିଲା । ଅଭାଗା ସ୍ୱାମୀ ମଧ୍ୟ ସ୍ତ୍ରୀର ଫେରିବା ବାଟକୁ ଚାହିଁ ରହିଛନ୍ତି । ୪ ପିଲାଙ୍କ ମଧ୍ୟରୁ ୩ ବର୍ଷୀୟ ଲିପସା ସବୁଠାରୁ ଅଧିକ ତା’ ମା’କୁ ଖୋଜୁଛି । କାରଣ ସେ ମା’ର କ୍ଷୀର ଖାଉଥିଲା । ସେ ଠିକ୍ ଭାବେ କଥା କହି ପାରୁ ନଥିଲେ ମଧ୍ୟ ତା’ ଆଖିର ଲୁହ ବୟାନ କରୁଛି ସବୁ କଥା । ମା’ର କଥା ମନେ ପଡ଼ିଲେ ୪ ପିଲା କେବଳ ଫଟୋ ଧରି କାନ୍ଦୁଛନ୍ତି । ବଡ଼ ଝିଅ ପିଙ୍କି ଏବେ ଘରର ସବୁ କାମ କରୁଛନ୍ତି ।ସାହି ପଡ଼ିଶା ଯାହା କିଛି ଦେଲେ ପିଲାମାନେ ଖାଉଛନ୍ତି । ନହେଲେ ନିଜେ ରାନ୍ଧୁଛନ୍ତି । ଅଲେଖ ନିଜ ସ୍ତ୍ରୀ ଫେରାର କଥାକୁ ନେଇ ଯେତିକି କଷ୍ଟରେ ନାହାନ୍ତି, ୪ ପିଲାଙ୍କ ଭବିଷ୍ୟତକୁ ନେଇ ତା’ ଠାରୁ ଅଧିକ ଚିନ୍ତିତ । ସ୍ତ୍ରୀ ଅନୁସୟାଙ୍କ ନିଖୋଜ ନେଇ ଅଲେଖ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି । କି;ୁ ଏଯାଏ ଅନୁସୟାଙ୍କ କୌଣସି ପତ୍ତା ମିଳିନି । ଅଲେଖ ୩ ମାସ ତଳେ ବହୁକଷ୍ଟରେ ଝାଟିମାଟି ଓ ବରଡ଼ା ପତ୍ରରେ ନିଜର ଗୋଟିଏ ଘର କରିଥିଲେ । ହେଲେ ଏହି ଘରେ ରହିବାକୁ ଅନୂସୟା ନାହାନ୍ତି । ତଥାପି ସେ ମନକୁ ଦମ୍ଭକରି ୪ ପିଲାଙ୍କ ମୁହଁକୁ ଚାହିଁ ସବୁ କଷ୍ଟ ସହି ଯାଉଛନ୍ତି ।
Comments are closed.