ଗୁଣିଗାରେଡ଼ିକୁ ନେଇ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ, ୨ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଗୁଣିଗାରେଡ଼ି ସନ୍ଦେହରୁ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାରକରି ଜିଲ୍ଲା ଓ ଦୌରାଜଜ ବିକ୍ରମ ପଟ୍ଟନାୟକ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ହତ୍ୟା ପ୍ରମାଣକୁ ନଷ୍ଟ କରିଥିବା ଦୁଇଜଣଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହାକୁ ନେଇ ରାୟଗଡ଼ା ଭଳି ଏକ ପାହାଡ଼ ପାର୍ବତ୍ୟଘେରା ଆଦିବାସୀ ଅଧ୍ୟୁଷିତ ଇଲାକାରେ ଗୁଣିଗାରେଡ଼ି ନାମରେ କଳଙ୍କିତ ନାମ ରଖିଛି ।

ତେବେ ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଦାଲତର ରାୟ ସମସ୍ତଙ୍କୁ ଶିକ୍ଷା ଦେଇଛି । ଗତ ୨୦୧୮ ମସିହା ନଭେମ୍ବର ୧୧ତାରିଖରେ ଅର୍ପଣା ଗ୍ରାମର ଦୋସା ଜିଲାକାରା ନାମକ ଜଣେ ବ୍ୟକ୍ତି ଶେଷଖାଲ ଥାନାରେ ଏକ ମାମଲା ରୁଜୁ କରିଥିଲେ । ରାୟଗଡ଼ା ବ୍ଳକ ଶେଷଖାଲ ଥାନା ଅନ୍ତର୍ଗତ ଅର୍ପଣା ଗ୍ରାମର ରତୁନୁ ଜିଲକାରାଙ୍କୁ ଗୁଣିଗାରେନି ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜିଲ୍ଲାଜଜ୍‌ କୋର୍ଟରେ ଆଜି ଜିଲ୍ଲା ଦୈାରାଜ ବିକ୍ରମ ପଟ୍ଟନାୟକ ୨୧ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ବିଚାରଧୀନ କଏଦୀ ପୁନାଲୁ ସିରିକା, ବିନୋଦ ମାଣ୍ଡାଙ୍ଗି, ମରିଶି ଜିଲାକାରା ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୨ଜଣ ସହଯୋଗୀ ରମେଶ ତାଡିଙ୍ଗି ଓ ରାମା କଣ୍ଡାଗରୀଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ।

ରତୁନୁ ଜିଲାକାରା ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲା ସରକାରୀ ଓକିଲ ଅଜିତ ପଟ୍ଟନାୟକ ପରିଚାଳନା କରୁଥିବା ସୂଚନା ଦେଇଛନ୍ତି । ଜିଲ୍ଲାରେ ଅନ୍ଧବିଶ୍ୱାସ କୁପରିଣାମ ଭୋଗୁଛନ୍ତି ନିରୀହ ଆଦିବାସୀ । ଜିଲ୍ଲାରେ ଗୁଣିଗାରେଡ଼ିକୁ ନେଇ ଅନେକ ହତ୍ୟା କାଣ୍ଡ ଘଟିଥିବାବେଳେ ଅନେକ କାରାଗାରରେ ଦଣ୍ଡ ଭୋଗୁଥିବା ନଜିର ରହିଛି ।

ପ୍ରଶାସନ ତରଫରୁ ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସରୁ ଦୂ ରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ, ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମମାନ ଜାରିରହିଥିଲେ ସୁଦ୍ଧା ଦୂର ହୋଇପାରୁନାହିଁ ଅନ୍ଧବିଶ୍ୱାସ । ଏହି ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚେତନାର ବାର୍ତ୍ତା ଯାହାକି, ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉ ନାହାନ୍ତି । ଯଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରୁଛି ।

Govt

Comments are closed.