ଭୁବନେଶ୍ୱର: ଡିସେମ୍ବର ୨୦: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଶୀତ ବଢ଼ିବା ସହିତ ଦୁଇରୁ ତିନି ଦିନ ପର୍ଯ୍ୟ; ତାପମାତ୍ରା ୪ରୁ ୬ ଡିଗ୍ରୀ କମିବ ବୋଲି କୁହାଯାଇଛି । ଶୀତର ପ୍ରକୋପକୁ ନଜରେ ରଖି ୧୪ ଜିଲ୍ଲାରେ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, ଦେବଗଡ଼, ଢ଼େଙ୍କାନାଳ, ଭଦ୍ରକ, କନ୍ଧମାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ । ଏହା ସହିତ ଆସନ୍ତା ଚାରିରେ ପାଣିପାଗ ଶୁଖିଲା ଓ ଶୀତଳ ରହିବ ।
ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି । ସେଥିମଧ୍ୟରୁ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ରହିଛି । ଏଠାରେ ରାତି୍ର ତାପମାତ୍ରା ୪ ଡିଗ୍ରି ସେଲସିଅସ୍ ରିହଛି । ଦାରିଙ୍ଗବାଡ଼ି ପରେ ଝାରସୁଗୁଡା ୫.୬ ଡିଗ୍ରି ସେଲସିଅସ୍, ଫୁଲବାଣୀ ୬.୫ ଡିଗ୍ରି ସେଲସିଅସ୍, ସୋନପୁର ୬.୯ ଡିଗ୍ରି ସେଲସିଅସ୍ , କେନ୍ଦୁଝର ୭.୪ ଡିଗ୍ରି ସେଲସିଅସ୍, ଟିଟଲାଗଡ଼ ୯.୩ ଡିଗ୍ରି ସେଲସିଅସ୍, ବଲାଙ୍ଗୀର ୮.୦ ଡିଗ୍ରି ସେଲସିଅସ୍, ସମ୍ବଲପୁର ୯.୦ ଡିଗ୍ରି ସେଲସିଅସ୍, ବାରିପଦା ୯.୫ ଡିଗ୍ରି ସେଲସିଅସ୍ ଓ ସୁନ୍ଦରଗଡ଼ ୮.୦ ଡିଗ୍ରି ସେଲସିଅସ୍, ଭବାନୀପାଟଣା ୮.୯ ଡିଗ୍ରି ସେଲସିଅସ୍, ତାଳଚେର ଓ ହୀରାକୁଦ ୯.୦ ଡିଗ୍ରି ସେଲସିଅସ୍ ରହିଛି । ଟୁଇନ୍ ସିଟି କଟକରେ ୧୨.୪ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରି ସେଲସିଅସ୍ ରାତ୍ରି ତାପମାତ୍ରା ରହିଛି ।
Comments are closed.