ତ୍ୱଚା ପାଇଁ କ୍ଷତିକାରକ ଏହି ମଦ…

ସମୟ ଲାଇଭ୍‍,୬/୧୨:  ଆପଣ ସବୁ ସପ୍ତାହରେ ମଦ୍ୟପାନ କରୁଛନ୍ତି କି ? ଆପଣ ଉତ୍କଣ୍ଠାର ସହ ଶୁକ୍ରବାରକୁ ଅପେକ୍ଷା କରି ରହୁଛନ୍ତି କି ?ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ଏକ ଦୁଖ ଖବର ଯେ ଆପଣଙ୍କ ପ୍ରିୟ ମଦ୍ୟ ଆପଣଙ୍କ ତ୍ୱଚାକୁ ଖରାପ କରିଦେବ। ହୋଇପାରେ ଏହା ଆପଣଙ୍କୁ ୧୦୦ପ୍ରକାର ଫାଇଦା ଦେଉଥିବ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ଅଟେ। ଯକୃତକୁ ହାନୀ ପକାଇବା ସହିତ ଓଜନ ମଧ୍ୟ ବଢାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ୪ଟି ମଦ୍ୟ ବିଷୟରେ ଯାହା ଆପଣଙ୍କ ତ୍ୱଚାର କ୍ଷତି ଘଟାଇଥାଏ।
୧-ସୁନ୍ଦର ପବନ ବହୁଥିବା ସଂନ୍ଧ୍ୟାରେ ଆପଣ ଧଳାରଙ୍ଗ ସୁରା ର ମଜା ଉଠାଇବାକୁ ପସନ୍ଦ କରୁଥିବେ। କିନ୍ତୁ କହିରଖୁଛୁ କି ଆମେରିକାର ବ୍ରାଉନ ୟୁନିଭରସିଟି ସୁଚନା ଅନୁଯାଇ ଏହି ଧଳା ରଙ୍ଗର ମଦ ଆପଣଙ୍କ ତ୍ୱଚାର ବିଭିନ୍ନ ସ୍ଥାନରେ ନାଲି ଦାଗ ପକାଇଦିଏ।
୨-ଯଦି ଆପଣ ଭାବୁଛନ୍ତି କି ରେଡ୍‍ ୱାଇ୍‍ନ ସବୁ ଦିଗରୁ ଭଲ ତାହାଲେ ଆପଣ ସଂମ୍ପୁର୍ଣ ଭୁଲ। ଏହା ଆପଣଙ୍କ ତ୍‍ôଚା ପାଇଁ ଭୀଷଣ ଖରାପ। ଯଦି ଆପଣ କୁଣ୍ଡିଆ ଜନିତ ରୋଗର ଶୀକାର ଅଟନ୍ତି ତ ଏହା ଆପଣଙ୍କ ତ୍ୱଚାକୁ ଆହୁରି ନଷ୍ଟ କରି ଦେଇଥାଏ।
୩- ଧଳା ରଙ୍ଗର ରମ ବା ହୁସକି ଯଦିଓ ବିଶେଷ ଖରାପ ହେଇ ନଥାଏ। କିନ୍ତୁ କିଛି ଲୋକ ଏଥିରେ ସୋଢା ପକାଇ ପିବାକୁ ପସନ୍ଦ କରିଥାନ୍ତି , କିନ୍ତୁ ଏହା ଆପଣଙ୍କ ତ୍ୱଚାର ସବୁଠାରୁ ବଡ ଶତ୍ରୁ।ଏହା ଆପଣଙ୍କ ବୟସର ବ ର୍ମାନର ମୁହଁକୁ ୧୦ବର୍ଷ ଅଧିକ ନେଇ ଯାଇଥାଏ।
୪-କକ୍‍ଟେଲ ରେ ପ୍ରାୟ ସମସ୍ତ ପ୍ରକାରର ମଦ ମିଶାଯାଇ ଥାଏ। ଏହା ତାର ସୁଦ୍ଧତା ହରାଇଥାଏ ଏବଂ ଏଥିରେ ସୁଗାରର ମାତ୍ରା ଅଧିକ ହୋଇଯାଇଥାଏ। ଏହା ଆପଣଙ୍କ ତ୍ୱଚାରେ ଚିହ୍ନ ସହ ଆଖିକୁ ଲାଲ କରିଦେଇଥାଏ।

Launching Ceremony of “AYUSHMAN BHARAT

Comments are closed.