ହାତୀ ନଷ୍ଟ କଲା ତରଭୁଜ ଓ ପନିପରିବା ଚାଷ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କିଛି ଦିନ ହେବ ପ୍ରବଳ ଗରମ ସାଙ୍ଗକୁ ଜଙ୍ଗଲ ପୋଡୁଥିବା ଯୋଗୁଁ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଏପେଟ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ରେଞ୍ଜରେ ନୀରିହ ଗରିବ ଲୋକଙ୍କୁ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ମାମଲା କରି କୋର୍ଟ ଚାଲାଣ କରୁଥିବା ବେଳେ ପ୍ରକୃତ ପକ୍ଷେ ଜିଲ୍ଲାରେ ବର୍ତ୍ତମାନ ଗଞ୍ଜେଇ ଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ନଷ୍ଟ ହେଉଥିବା ସାଧାରଣରେ କୁହାଯାଉଛି ।

ଅନ୍ୟପଟରେ, ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ଜୀବଜନ୍ତୁଙ୍କ ଖାଇବାରେ ବହୁ ଅସୁବିଧା ହେଉଥିବା ଯୋଗୁଁ ଖାଦ୍ୟ ଅନେ୍ୱଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ହାତୀ ନଷ୍ଟ କଲା ତରଭୁଜ ଓ ପନିପରିବା ଚାଷ

ପ୍ରାୟ ଏକ ସପ୍ତାହ ପୂର୍ବେ ରାତିରେ ଜିଲ୍ଲାର ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ କିଛି ଜଙ୍ଗଲି ହାତୀ ଗାଁର ଧାନ ଫସଲ ଓ କିଛି କଦଳୀ ଚାଷ ନଷ୍ଟ କରିଥିବା ବେଳେ ପୁଣି ବୁଧବାର ବୀରନରସିଂହପୁର ପଞ୍ଚାୟତର କରଡ଼ି ଗାଁ ନିକଟରେ ଜଗନ୍ନାଥ ସଡ଼କରେ ଦୁଇଟି ହାତୀ ଆସିଥିବା ଦେଖିବାକୁ ମିଳିଛି ।

ଗତ ମଙ୍ଗଳବର ରାତିରେ ହାତୀ ଦୁଇଟି ଅନୁଗୋଳ ଜିଲ୍ଲା ଆଠମଲିକ ପଟରୁ ମହାନଦୀ ପାର ହୋଇ ଆସିଥିବା ଜଣାପଡିଛି । ହାତୀ ଦୁଇଟି କରଡ଼ି ଗ୍ରାମର ଶମ୍ଭୁ ଲୋଇଙ୍କ ତରଭୁଜ ଓ ଆଖୁ ଚାଷ ନଷ୍ଟ କରିଥିବା ବେଳେ ଅନ୍ୟ ଚାଷୀଙ୍କ ପନିପରିବା ଓ ଧାନ ଫସଲ ନଷ୍ଟ କରିଛନ୍ତି ।

ହାତୀ ନଷ୍ଟ କଲା ତରଭୁଜ ଓ ପନିପରିବା ଚାଷ

ହାତୀ ଦୁଇଟି ଗାଁ ଠାରୁ ମାତ୍ର ଅଧକିମି ଦୂରତାରେ ଶୋଇ ରହିଥିବା ଜଣାପଡିଛି । ହାତୀ ଗାଁ ନିକଟରେ ରହିଥିବା ଯୋଗୁଁ ଜଗନ୍ନାଥ ସଡ଼କରେ ଯିବା ପାଇଁ ଲୋକଙ୍କ ଭୟ ଦେଖାଦେଇଛି । ଖବର ପାଇ ବୌଦ୍ଧ ବନ ବିଭାଗ ପକ୍ଷରୁ ରାସ୍ତାରେ ଯିବା ସମୟରେ ଲୋକଙ୍କୁ ଦେଖି ଯିବାକୁ କହିବା ସହ ସଚେତନ କରାଇଛି ।

Launching Ceremony of “AYUSHMAN BHARAT

Comments are closed.