ଜାନୁଆରୀର ପ୍ରଥମ ଦିନକୁ ନୂଆବର୍ଷ ପାଳିବାର ପରମ୍ପରା

ମାସର ଶେଷ ମାସ ଡିସେମ୍ବରର ଶେଷ ଦିନ ସରିଆସିଲେ , ସମସ୍ତଙ୍କ ମନରେ ଏକ ନୂଆ ଉତ୍ସାହ ଭରିଯାଏ । ଘରେ ନୂଆ କ୍ୟାଲେଣ୍ଡର ଲଗାଯାଏ । ଭୋଜିଭାତ ଏବଂ ନାଚ ଗୀତରେ ପରିବାର ଓ ବନ୍ଧୁବାନ୍ଧବଙ୍କ ଆସରା ଜମେ । ଖୁସି ମନରେ ସମସ୍ତେ ମିଳିମିିଶି ନୂଆବର୍ଷ ଆଗମନକୁ ପାଳନ୍ତି । କେବଳ ଗୋଟିଏ ଦେଶ ନୁହେଁ ବିଶ୍ୱରେ ଥିବା ଅଧାରୁ ଅଧିକ ଦେଶ ଜାନୁଆରୀର ପ୍ରଥମ ଦିନକୁ ନୂଆବର୍ଷ ଉତ୍ସବ ରୂପେ ପାଳନ କରିଥାନ୍ତି । ହେଲେ କେବେ ଭାବିଛନ୍ତି, ଜାନୁଆରୀ ୧କୁ ନୂଆବର୍ଷ ଭାବେ କାହିଁକି ପାଳନ କରଯାଏ । ଏହାପଛରେ ରହିଛି ଏକ ନିଆରା ଇତିହାସ ।

ଜାନୁଆରୀର ପ୍ରଥମ ଦିନକୁ ନୂଆବର୍ଷ ପାଳିବାର ପରମ୍ପରା
ନୂଆବର୍ଷ ଜାନୁଆରୀ ୧ରେ କାହିଁକି ପଡ଼େ- ହଜାର ହଜାର ବର୍ଷ ପୂର୍ବରୁ ବିଭିନ୍ନ ସମୁଦାୟର ଲୋକ ନିଜ ପରମ୍ପରା ଅନୁସାରେ ନୂଆବର୍ଷ ପାଳନ କରୁଥିଲେ । କେହି କେହି ମାର୍ଚ୍ଚ ୨୫ କୁ ନୂଆବର୍ଷ ଭାବେ ପାଳନ କରୁଥିଲାବେଳେ କିଏ ଡିସେମ୍ବର ୨୫କୁ ନୂଆବର୍ଷ ଭାବେ ପାଳନ କରୁଥିଲେ । ଧୀରେ ଧୀରେ ପରମ୍ପରାରେ ପରିବର୍ତ୍ତନ ଆସିଲା । ଏହାର ଆରମ୍ଭ ପ୍ରଥମେ ରୋମ ଦେଶରୁ ହୋଇଥିଲା । ରାଜା ନୁମା ପୋମ୍ପିଲସ୍‌ ରୋମର କ୍ୟାଲେଣ୍ଡର ପରିବର୍ତ୍ତନ କରିଥିଲେ । ଏହି କ୍ୟାଲେଣ୍ଡର ଆସିବା ପରେ ଜାନୁଆରୀର ପ୍ରଥମ ଦିନକୁ ନୂଆବର୍ଷ ଭାବେ ଘୋଷଣା କରାଗଲା ।

ଜାନୁଆରୀ ମାସ ନାମକରଣ –
ପ୍ରଥମେ ଜାନୁଆରୀ ମାସକୁ ‘ଜାନୁସ୍‌’ କୁହାଯାଉଥିଲା । ଜାନୁସ୍‌ ରୋମ୍‌ର ଦେବତା ଅଟନ୍ତି । ତାଙ୍କ ନାମ ଅନୁସାରେ ଜାନୁଆରୀ ମାସର ନାମକରଣ ହୋଇଛି । ସେହିପରି ଯୁଦ୍ଧର ଦେବତା ମାର୍ସଙ୍କ ନାମ ଅନୁସାରେ ମାର୍ଚ୍ଚ ମାସର ନାମକରଣ ହୋଇଛି ।

ପୂର୍ବେ ରହିଥିଲା ବର୍ଷକୁ ୧୦ ମାସ-
ହଜାର ହଜାର ବର୍ଷ ପୂର୍ବେ ବର୍ଷକୁ ୧୦ ମାସ ରହିଥିଲା । ସେହି ଅନୁସାରେ ବର୍ଷକୁ ୩୧୦ ଦିନ ରହୁଥିଲା । ଏକ ସପ୍ତାହରେ ୮ ଦିନ ପଡ଼ୁଥିଲା । ପରେ ରୋମର ପ୍ରସିଦ୍ଧ ଶାସକ ଜୁଲିୟସ ସିଜର୍‌ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିଥିଲେ ।

ଜାନୁଆରୀର ପ୍ରଥମ ଦିନକୁ ନୂଆବର୍ଷ ପାଳିବାର ପରମ୍ପରା
ଜୁଲିୟସ ସିଜର୍‌

ଏହାପରଠାରୁ ବର୍ଷରେ ୧୨ ମାସ ଦିନକୁ ୩୫୬ ଦିନ ଏବଂ ସପ୍ତାହକୁ ୭ ଦିନ ଭାବେ କ୍ୟଲେଣ୍ଡର ନିର୍ଦ୍ଧାରଣ କରାଗଲା । ଆଜିର ଯୁଗରେ ଚାଲିଆସୁଥିବା କ୍ୟାଲେଣ୍ଡରକୁ ପ୍ରସ୍ତୁତ କରିବା ପାଇଁ ରାଜା ଜୁଲିୟସ ଜ୍ୟୋତିଷବିଜ୍ଞାନୀଙ୍କ ସାହାଯ୍ୟ ନେଇଥିଲେ । ପୃଥିବୀ ୩୬୫ ଦିନ ଏବଂ ୬ଘଣ୍ଟା ସମୟସୀମା ମଧ୍ୟରେ ସୂର୍ଯ୍ୟ କକ୍ଷର ଗୋଟିଏ ପରିକ୍ରମା ପୂରଣ କରେ । ଏହି ସିର୍ଦ୍ଧାନ୍ତକୁ ନେଇ ଜ୍ୟୋତିଷବିଜ୍ଞାନୀମାନେ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ରାଜା ଜୁଲିୟସଙ୍କୁ ପରାମର୍ଶ ଦେଇଥିଲେ ଏବଂ ଜାନୁଆରୀ ୧କୁ ବର୍ଷ ଆରମ୍ଭର ପ୍ରଥମ ଦିନ ରୂପେ ଅଭିହିତ କରିଥିଲେ ।

Comments are closed.