କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ?

ପଞ୍ଜାବ: ଡିସେମ୍ବର ୦୪: କିଛି ଦିନ ପୂର୍ବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଏକ ଜାତୀୟ ଗଣମାଧ୍ୟମରେ ଯୋଗ ଦେଇ କହିଛନ୍ତି ନିଜ ମନର କଥା। ସେ କହିଛନ୍ତି କି ସମସ୍ତଙ୍କର ମନ ଓ ଆଶା ଅଛି । ମୋ ବିପକ୍ଷ ଦଳର ମଧ୍ୟ ରହିଛି, ଏବଂ ମୁଁ ଏହାକୁ ସ୍ୱାଗତ କରେ । ତେବେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜନତା, ପାର୍ଟି ଓ ନେତା ସୁନିଶ୍ଚିତ କରିବେ। ନବଯୋତ ସିଂ ସିଦ୍ଧୁ ହେଉଛନ୍ତି ମୋ ଭାଇ ଭଳି ।

ଏମିତିରେ ବି ସେ ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି, ତେବେ ସିଏ ଯାହା କୁହନ୍ତି ଆମେ ତାହା କରିବାକୁ ଚେଷ୍ଟା କରୁ। ଆଉ ଏବେ ଯଦି ସେ ମୁଖ୍ୟମନ୍ତ୍ରୀ ହେବାର ଆଶା ରଖିଛନ୍ତି ତେବେ ତାହା ଆମେ ବିଚାର କରିବୁ। ଏହାପରେ ଚନ୍ନୀ ନିଜର ବ୍ୟକ୍ତିଗତ କଥା କହି କହିଥିଲେ ଯେ ପୂର୍ବରୁ ଯେଉଁ ମୁଖ୍ୟମନ୍ତ୍ରୀ ଥିଲେ ସେ ମାତ୍ର ୨ ଘଣ୍ଟା କାମ କରୁଥିଲେ, ମାତ୍ର ମୁଁ ୨ ଘଣ୍ଟା ଛାଡି ବାକି ସବୁ ସମୟ କାମ କରୁଛି। ଗରିବର ପୁଅ ମୁଁ ଓ ଗରିବଙ୍କ ପାଇଁ କାମ କରୁଛି। ଖାଲି ନାମକୁ ମାତ୍ର ପାର୍ଟି କରି ଢିଣ୍ଡୋରା ପିଟିବା ମୋର ଅଭ୍ୟାସ ନୁହେଁ।

ଏହିପରି ଭାବେ ବହୁ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବା ସହ ସେ କେଜରିୱାଲ୍‌ଙ୍କୁ ଏକ ନକଲି ଲୋକ ବୋଲି କହିଛନ୍ତି । ସେ ଆମ୍‌ ଆଦମି ପାର୍ଟିର ସମ୍ପୂର୍ଣ ଓଲଟା କାମ କରୁଛନ୍ତି । ମହଙ୍ଗା ବଢୁଛି, ଚାଷୀ ବା ଗରିବଙ୍କ ଦୁଖଃ ସେ ବୁଝି ପାରୁନାହାନ୍ତି ବୋଲି ସେ କହିଛନ୍ତି। ତେବେ ଏ ସମସ୍ତ ଘଟଣା ପରେ ଯଦି ପଞ୍ଜାବର ଜନତା ଓ ନେତା ନବଯୋତକୁ ନିଜ ମୁଖ୍ୟମନ୍ତ୍ରୀ ଭାବେ ବାଛିବେ ମୋର କିଛି କହିବାର ନାହିଁ ବୋଲି କହିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀ।

Govt

Comments are closed.